ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ସୌଜନ୍ୟରେ ଗଞ୍ଜାମ ଏନ୍ଏସି ତରଫରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପ୍ରାୟ ୫୦ ଗୋଟି ଅସହାୟ ପରିବାରଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଏନ୍ଏସିର ସମସ୍ତ ବିଜେଡି କର୍ମୀ/ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।