ଭୋଗରାଇ, (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମରେ ଜିଜ୍ଞାସା ଯୁକ୍ତଦୁଇ କଳା ଶିକ୍ଷାକେନ୍ଦ୍ର ତରଫରୁ ମାଆ ବାଶୁଳୀ ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି । ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡ଼ଃ ଶିବନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରତୀମା ସିଂ, ଝରଣା ରଣା, କାବେରୀ ସେଠୀ, ଶକୁନ୍ତଳା ସେଠୀ, ତପସ୍ୱିନୀ ପାତ୍ର, ମମତା ପାତ୍ର, ପୂଜାରାଣୀ ପ୍ରଧାନ, ଜ୍ୟୋତିର୍ମୟୀ ପ୍ରଧାନ, ଆଦ୍ୟାଶ୍ମିତା ପାଣିଗ୍ରାହୀ, ସୋନାଲୀ ଜେନା, ସୁସ୍ମିତା ଗିରି ପ୍ରମୁଖ ଉପସ୍ଥିତ ହୋଇ ମାଅ ବାଶୁଳୀ ଦେବୀଙ୍କୁ କ୍ଷୀରୀ ଭୋଗ ଅର୍ପଣ କରି ପୁଷ୍ପାଞ୍ଜଳି ଦେଇଥିଲେ । ଏଥିରେ ଶିକ୍ଷାକେନ୍ଦ୍ରର ଶିକ୍ଷକ ଜୟଦେବ ଦାସ ଉପସ୍ଥିତ ଥିଲେ ।
Next Post