ଛତ୍ରପୁର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ଓ ଗୀତା ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ଓ ଗୀତା ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜାତୀୟ ଗଣିତ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ଗଣିତ ଅଧ୍ୟାପକ ରାମକୃଷ୍ଣ ରାଉଳ ଯୋଗ ଦେଇ ଶିଶୁମାନଙ୍କୁ ଗଣିତରେ ପାରିଦର୍ଶିତା ଅର୍ଜନ କରିପାରିବେ ସେ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଶିଶୁମାନେ ଗଣିତ ପକଳ୍ପ, ଗଣିତ ପ୍ରୟୋଗ ଓ ଗଣିତ ପତ୍ରବାଚନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରତିଭାଗୀ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଅପରାହ୍ନରେ ଗୀତା ଜୟନ୍ତୀ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୁନାମ ଧନ୍ୟ ଆଧ୍ୟାତ୍ମିକ ପ୍ରବକ୍ତା ସ୍ଵସ୍ତି ସୁନ୍ଦର ସିଓ ଯୋଗ ଦେଇ ଭଗବତ ଗୀତା ସମ୍ବନ୍ଧରେ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଶିଶୁମାନେ ଦ୍ଵାଦଶ ଅଧ୍ୟାୟ ଓ ଅଷ୍ଟାଦଶ ଶ୍ଳୋକ ଗୀତାର ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ପାଦକ ପଦ୍ମଚରଣ ସାହୁଙ୍କ ସମେତ ସମସ୍ତ ପରିଚାଳନା ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.