ବିଇଓ ଅଫିସ ସମୁଖରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଧାରଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ସସପେଣ୍ଡ କରିଛନ୍ତି ବିଇଓ ଭାଗିରଥି ବେହେରା । ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଏନେଇ ଗୁରୁବାର ସ୍କୁଲ ଟାଇମରେ ପାଠପଢା ଛାଡି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟି ବୃନ୍ଦ । ପ୍ରଧାନ ଶିକ୍ଷକ ବେହେରାଙ୍କ ସସପେଣ୍ଡ ଅର୍ଡର ପ୍ରତ୍ୟାହାର କରିବାକୁ ଜିଦରେ ଅଟଳ ଅଭିଭାବକ ସଙ୍ଘ ଓ ଛାତ୍ରଛାତ୍ରୀ । ଆମକୁ ଦରକାର ଆମ ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ ନ ଆସିଲେ ଆମେ ଆସନ୍ତା କାଲି ହେବାକୁ ଥିବା ପରୀକ୍ଷା ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକ ବେହେରା ଆମର ଗଣିତ ଓ ଇଂଲିଶ ସବଜେକ୍ଟ ନେଇଛନ୍ତି ଆମେ କିପରି ପଢ଼ିବୁ ଓ କେମିତି ପରୀକ୍ଷା ଦେବୁ ବୋଲି ସ୍କୁଲ ପିଲାମାନେ ପ୍ରଶ୍ନ କରିଛନ୍ତି । ଏବିଇଓ ବିଜୟ ଚନ୍ଦ୍ର ବେହେରା ଧାରଣା ସ୍ଥଳକୁ ଆସି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଧାରଣାରୁ ହଟି ନାହାନ୍ତି ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ । ଆସନ୍ତା ତିନିଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ଏବିଇଓ ବେହେରା କହିବା ପରେ ମଧ୍ୟ ଜିଦରେ ଅଟଳ ଅଟଳ ଅଛନ୍ତି ସ୍କୁଲ ପିଲା । ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିବା ଦେଖିବାକୁ ମିଳିଛି । ଖବର ଶେଷ ସୁଦ୍ଧା ଧାରଣା ଜାରି ରହିଛି । ବିଇଓ ବେହେରା ଆକ୍ରୋଶ ମୂଳକ ଭାବେ ତାଙ୍କୁ ସସପେଣ୍ଡ କରିଛନ୍ତି ବୋଲି ସ୍କୁଲ ପିଲାମାନେ ବିଇଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.