ଛାତ୍ର କଂଗ୍ରେସ ତରଫରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଥିବା ବେଳେ ମୋଟ ୧୭ଟି ବିଭାଗରେ ଥିଲା ୟୁଜି ଓ ପିଜି ପାଠ୍ୟକ୍ରମ । ସେଥିମଧ୍ୟରୁ ମୋଟ ୪ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇନଥିଲା । ୧ଜୁନ ୨୦୨୦ରେ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ବିଧିବଦ୍ଧ ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପରିଣତ ହେଲା । ହେଲେ ଆଜି ସୁଦ୍ଧା ବାକି ଥିବା ସେହି ୪ଟି ବିଭାଗ ଯଥା ଫିଲୋସୋଫି, ଜିଓଗ୍ରାଫି, କମ୍ପ୍ୟୁଟର ସାଇନ୍ସ ଏବଂ ଏଜୁକେସନ୍‌ରେ ପିଜି ପାଠ୍ୟକ୍ରମ ଆରମ୍ଭ ହେଲା ନାହିଁ । ଏହି ସବୁ ବିଷୟକୁ ନେଇ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ତାଙ୍କ ନିକଟରେ ଅନୁରୋଧ କରାଯାଇଛି ଯେ ଯଥା ଶୀଘ୍ର ଏହି ବିଭାଗ ଗୁଡ଼ିକରେ ପିଜି ପାଠ୍ୟକ୍ରମ ଓ ବିଶ୍ୱବିଦ୍ୟାଳୟରେ ନୂତନ କିଛି ବିଭାଗ ଯଥା ପିଏଚ୍‌ଡି, ହୋମ୍‌ ସାଇନ୍‌ନ୍ସ, ଫିଲୋସୋଫି ଓ ଏମ୍‌ବିଏ ବିଭାଗ ଆରମ୍ଭ ହେଲେ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ତେବେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଆମକୁ ପ୍ରତିଶୃତି ଦେଇଛନ୍ତି ଯେ, ଯଥା ଶୀଘ୍ର ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହୋଇଗଲେ ଏହି ବିଷୟ ଗୁଡିକରେ ଆସନ୍ତା ବର୍ଷ ସୁଦ୍ଧା ପାଠ ପଢା ଆରମ୍ଭ ହୋଇଯିବ । ଆଶା କରିବୁ ଓଡିଶା ସରକାର ଯଥା ଶୀଘ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ କରିବେ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନ ତାଙ୍କର ପ୍ରତିଶୃତି ରକ୍ଷା କରିବେ । ନଚେତ୍‌ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ହକ୍‌ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର କଂଗ୍ରେସ । ଏଥିରେ ଅଙ୍କିତ ସାହୁ, ଗାର୍ଗୀ ମିଶ୍ର ସେଜଲ ମିଶ୍ର, ସନତ ପ୍ରଧାନ, ସଞ୍ଜିବ ସାହୁ, ଅଜିତ ମହାନନ୍ଦ, ଗଣେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.