jayashree

କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଂଜିନିୟରିଂ ଛାତ୍ର

ଭୁବନେଶ୍ୱର : କୁଆଖାଇ ନଦୀରେ ୨ ଜଣ ଇଂଜିନିୟରିଂ ଛାତ୍ର ବୁଡ଼ି ଯାଇଥିବା ବେଳେ ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଇନ୍ଦ୍ରପାଲରେ ଏହି ଅଘଟଣ ଘଟିଛି । ମୃତକ ଦ୍ୱୟ ହେଲେ ତମାଣ୍ଡୋର ସ୍ମୃତିସୌରଭ ପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ ଦାସ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.