ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପାଇଁ ଚେତାବନୀ

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିଦ୍ଦେର୍ଶରେ ଦେଶରେ ବଢିଚାଲିଥିବା ଦର ବୃଦ୍ଧି ପାଇଁ ଜନସାଧାରଣ ଭୋଗୁଥିବା ଅହେତୁକ ଦୁର୍ଦ୍ଦଶାର ପ୍ରତିବାଦରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଗ୍ରହଣପୂର୍ବକ ଜନ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା କଂଗ୍ରେସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଏହି ନିଷ୍ପତ୍ତି କ୍ରମେ ତା. ୨୩/୦୮/୨୦୨୨ ରିଖ ଠାରୁ ତା. ୨୮/୦୮/୨୦୨୨ ରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ସ୍ତରରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଏଥିରେ ଆସନ୍ତା ତା.୨୩/୦୮/୨୦୨୨ ରିଖ ଦିନ ବିଜେପୁର, ତା.୨୪/୦୮/୨୦୨୨ ରିଖ ଦିନ ବରଗଡ଼, ତା. ୨୫/୦୮/୨୦୨୨ ରିଖ ଦିନ ଅତାବିରା, ତା. ୨୭/୦୮/୨୦୨୨ ରିଖ ଦିନ ଭଟଲି ଓ ତା. ୨୮/୦୮/୨୦୨୨ ରିଖ ଦିନ ପଦ୍ମପୁରଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ବରଗଡ଼ ଜିଲ୍ଲାରେ ବନ୍ୟ କ୍ଷୟକ୍ଷତି ଆକଳନ କରି ନ୍ୟାୟୋଚିତ କ୍ଷତିପୂରଣ ପାଇଁ ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଦୂର୍ଗା ପାଢ଼ୀଙ୍କ ନେତୃତ୍ୱରେ କମିଟି ଗଠନ କରାଯାଇଥିଲା । ଏତତ୍ ବ୍ୟତୀତ ଦିଲ୍ଲୀଠାରେ ହେବାକୁ ଥିବା ରେଲିରେ ଜିଲ୍ଲାର ବହୁ ସଂଖ୍ୟାରେ ଯୋଗଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ସରୋଜ କୁମାର ଷଡଙ୍ଗୀ, ନୀପନ କୁମାର ଦାଶ, ସରୋଜ କୁମାର ମହାପାତ୍ର, ହରଦୀପ ସିଂହ, ମୋତୀ ଲାଲ ଦାଶ, ବ୍ରହ୍ମା ମହାକୁଡ଼, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ରମେଶ ପଣ୍ଡା, ଅନନ୍ତ ତାଣ୍ଡି, ସୁଶିଲ ଭୋଇ, ଆଭିଲାଷ ପତି, ଅଭିଷେକ ସେଠ୍, ସୁଶାନ୍ତ ସାହୁ, ଆଜାଦ ପତି, ଦେବେନ୍ଦ୍ର ସ୍ୱାଇଁ, ସରୋଜ ଭୋଇ, ମାଧବ ସାହୁ, ସାଧୁଚରଣ କର୍ମୀ, ଦିଲୀପ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରୂପା ମହାନନ୍ଦ, ଦଇତାରୀ ପ୍ରଧାନ, ସଦାନନ୍ଦ ମହାନନ୍ଦ, ଅରୁଣ କୁମାର ଷଣ୍ଢ ଓ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!