lika

ସଇଁନ୍ତଲା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ପ୍ରାଣୀ ଚିକିତ୍ସକଙ୍କ ସରକାରଙ୍କୁ ଚେତାବନୀ

gbag

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ପ୍ରାଣୀ ଚିକିତ୍ସକମାନଙ୍କ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ ଯୋଗୁଁ ବ୍ଳକର ଗୋପାଳନ ସମେତ ବଦଳ, ଗାଈ ଗୋରୁ, ଛେଳି ମେଣ୍ଢା ପାଳକ ମାନେ ପାଇଁ ଏବେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘର ଡାକରାକୁ ସମର୍ଥନ ଜଣାଇ ସରକାରୀ ଡାକ୍ତରମାନଙ୍କ ଭଳି ପ୍ରାଣୀ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ସମାନ ସୁବିଧା ସୁଯୋଗ ଦେବା ପାଇଁ ସରକାରଙ୍କ ନିକଟରେ ଚାପ ପକାଇବା ପାଇଁ ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ଆହ୍ୱାନ କ୍ରମେ ସଇଁନ୍ତଲା ପ୍ରାଣୀ ଚିକିତ୍ସାଳୟ ଭେଟେନେରୀ ଅଫିସର ଡ.ସଞ୍ଜୟ ମହାକୁର, ଏଭିଏସ ଡ଼.ବବିତା ପାତ୍ର, ବେଲଗାଁ ଭିଏଏସ ଡ.ପ୍ରୀତି ମଞ୍ଜରୀ ନାଏକ, ଏମ୍‌ଭିୟୁ ଡ.ମୁକେଶ କୁମାର ସବର ପ୍ରମୁଖ କଲାବ୍ୟାଜ ପିନ୍ଦି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଗତ ଅପ୍ରେଲ ୨୦ ତାରିଖ ଠାରୁ କଳା ବ୍ୟାଜ୍‌ ପରିଧାନ କରିଥିବା ପ୍ରାଣୀ ଚିକିତ୍ସକ ମାନଙ୍କ ଦାବୀ ପୂରଣ ନ ହେବାରୁ ଅପ୍ରେଲ ୨୫ ତାରିଖ ଠାରୁ ଡିଜିଟାଲ ସେବା ବନ୍ଦ କରାଯିବା ସହ ମଇ ୧ ତାରିଖ ଠାରୁ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ବର୍ତ୍ତମାନ କରୋନା ମହାମାରୀ ସମୟରେ ଚାଷୀମାନେ ଗୃହପାଳିତ ପଶୁ ମାନଙ୍କୁ ନେବା ଆଣିବା ପାଇଁ ବହୁତ ଅସୁବିଧା ହେଉଥିବା ମଧ୍ୟ ଦେଖାଦେଇଛି । ତେବେ ଏଭଳି ସମୟରେ ପ୍ରାଣୀ ସମ୍ପଦ ବିଭାଗର ଡାକ୍ତର ମାନଙ୍କର ଦାବୀ ସରକାର ବିଚାର କରୁ ନଥିବାରୁ ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେଉଥିବା ମଧ୍ୟ ଦେଖାବାକୁ ମିଳିଛି । ଦାବୀ ପୂରଣ ନହେଲେ ଆସନ୍ତା ୧୫ ତାରିଖ ଠାରୁ ସମୂହ ଛୁଟି ନେବା ପାଇଁ ଡାକ୍ତରମାନେ ସ୍ଥିର କରି ଥିବାବେଳେ ଯଦି ସରକାର ତାଙ୍କ ଦାବୀ ପ୍ରତି ବିଚାର ନକଲେ ଆସନ୍ତା ମଇ ୨୫ ତାରିଖ ଦିନରେ ସମୂହ ଇସ୍ତଫା ପ୍ରଦାନ କରାଯିବ ବୋଲି ସଇଁନ୍ତଲା ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ସମେତ ସାରା ରାଜ୍ୟର ପ୍ରାଣୀ ଚିକିତ୍ସକ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ସଇଁନ୍ତଲା ପ୍ରାଣୀ ଚିକିତ୍ସାଳୟ କାର୍ୟ୍ୟଳୟ ବିପଦ ସଂକୁଳ ଅବସ୍ଥାରେ ରହିଛି । କେତେବେଳେ ଛାତ ଘର ଭୁଷୁଡି ପଡିବ ତାହା ନ କହିଲେ ଭଲ । ଏହି କାର୍ୟ୍ୟଳୟ କର୍ମଚାରୀ ମାନଙ୍କ ପାଇଁ ପାଇଖାନାର ବ୍ୟବସ୍ଥା ନ ଥିବା ବେଳେ ସରକାରଙ୍କ ପକ୍ଷରୁ କୈ।ଣସୀ ଔଷଧ ମଧ୍ୟ ପଶୁ ସଂପଦ ପାଇଁ ଯୋଗାଇ ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି । ବାଡ଼ ମଧ୍ୟ ନ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଢିଲା ହୋଇପଡ଼ିଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ସାଧାରଣରେ ଦାବୀ ହୋଇଛି ।

sandip
Leave A Reply

Your email address will not be published.