
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ ରଣ୍ଡାଠାରେ ପୁଇଁତଲା ବ୍ଲକସ୍ତରୀୟ ହ୍ୟାଣ୍ଡବଲ ଚୟନଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ପୁଇଁତଲା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ଲଛମନ ପଧାନ ମୁଖ୍ୟଅତିଥି ଓ ବ୍ଲକ କ୍ରୀଡାସଂପାଦକ ସୁଶାନ୍ତକୁମାର ନାଗ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଏହି ଚୟନ ଶିବିରରେ ପୁଇଁତଲା ବ୍ଲକର ୧୦ଟି ଉଚ୍ଚବିଦ୍ୟାଳୟରୁ ୭୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ମନୋନୀତ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଖପ୍ରାଖୋଲଠାରେ ଅଂଶଗ୍ରହଣ କରିବେ ବୋଲି କ୍ରିଡାସଂପାଦକ କହିଥିଲେ । ସଭାକୁ ରଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଅନୀତା ମାଝୀ ସଂଯୋଜନା କରିଥିବା ବେଳେ ଖେଳ ଶିକ୍ଷୟିତ୍ରୀ ରଶ୍ମୀରେଖା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ବ୍ଲକରୁ ଆସିଥିବା ସମସ୍ତ କ୍ରୀଡାଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ରଣ୍ଡା ଉଚ୍ଚବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।