ଭାରତୀୟ ଶିକ୍ଷଣ ମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରଠାରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭାରତୀୟ ଶିକ୍ଷଣ ମଣ୍ଡଳ, ବଲାଙ୍ଗିର ମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ପ୍ରାରମ୍ଭରୁ ଭାରତ ମାତା ଏବଂ ମାଁ ସରସ୍ୱତୀ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ତଥା ପୂର୍ବତନ ସଭାପତି ଜଗଦାନନ୍ଦ ଛୁରିଆ, ଉପଦେଷ୍ଟା ଧର୍ମବ୍ରତ ରଥ ମଂଚାସିନ ଥିଲେ ଏବଂ କସ୍ତୁରୀ ରଥ ସଭା ସଂଯୋଜନା କରିଥିଲେ । ଉପଦେଷ୍ଟା ସଭାର ଉଦ୍ଦେଶ୍ୟ ଜ୍ଞାପନ କଲା ପରେ ସଭାପତି ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ପ୍ରଫେସର ମିଶ୍ର ଓଡିଶା ପଶ୍ଚିମ ପ୍ରାନ୍ତରୁ ଉପସଭାପତି ହୋଇଥିବାରୁ ୨୦୨୫-୨୭ ପାଇଁ ସଭାପତି ରୂପେ ଗିରିଜା ଶଙ୍କର ରଥ, ଉପ-ସଭାପତି ଆନନ୍ଦ ବଡପଣ୍ଡା, ସଂପାଦକ ସତ୍ୟାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଦିବାକର ହୋତା ପ୍ରମୁଖଙ୍କୁ ଚୟନ କରାଯାଇଛି । ମୁଖ୍ୟ ଅତିଥି ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟ ନୂତନ ଶିକ୍ଷା ନୀତିରେ ଭାରତୀୟତା ଆଣିବା ସହ ଲୋକଙ୍କ ଭିତରେ ଭାରତୀୟ ସଂସ୍କୃତି ଐତିହ୍ୟ ଆଦିକୁ ଜାଗ୍ରତ କରିବା ତାହାର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ପ୍ରଶନ୍ନ ମିଶ୍ର, ମଧୁସୁଦନ ନାୟକ, କୃଷ୍ଣଚନ୍ଦ୍ର ମହାକୁର, କେଶବ ମିଶ୍ର, ମାଳତି ଉଦ୍‌ଗାତା, ଜୟ କୁମାର ଚାର୍ଯ୍ୟ, ରବିନ୍ଦ୍ର ପଟ୍ଟନାୟକ, ମଦନ ମୋହନ ରଥ, ଜ୍ଞାନ ରଂଜନ ମିଶ୍ର, ପବିତ୍ର ଦାଶ, ସରସ୍ୱତୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, କୃଷ୍ଣ ପଣ୍ଡା, ଲୋକନାଥ ନେପାକ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କେଶବ ପଟେଲ, ପ୍ରଶାନ୍ତ ଷଡଙ୍ଗୀ, କୃଷ୍ଣଚନ୍ଦ୍ର ମିଶ୍ର, ଛବିଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏକ କବିତା ପାଠୋତ୍ସବ ପରେ ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.