ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଶିକ୍ଷା ଜିଲ୍ଲାରେ ଚଳିତ ବର୍ଷ କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୩୪୯ଟି ଇନ୍ସପାୟାର ମାନକ ପ୍ରକଳ୍ପ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଚୟନ ହୋଇଛି । ସୂଚନଯୋଗ୍ୟ ଯେ, ଜିଲ୍ଲାର ୮୩୦ଟି ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୮୦୦ଟି ପ୍ରକଳ୍ପ ପଞ୍ଜିକୃତ ହୋଇଥିଲା । କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ପ୍ରଦର୍ଶିତ ହେବ ।