om academy

ପାଇକମାଲରେ କଳାକାର ଚୟନ ପ୍ରକ୍ରିୟା ଶିବିର ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କଳାକାର ଚୟନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ସଂସ୍କୃତି ସଂଘ ସଭାପତି ସୁରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱ ଓ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଲଲିତ ଜଗତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଚୟନରେ ଅନିଲ କୁମାର ପାଣିଗ୍ରାହୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଭବାନୀ ପଟେଲ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ସୁନୀଲ ଭୋଇ ମଙ୍ଗଲ ସମ୍ପ୍ରସାରଣ ଅଧିକାରୀ ଓ ବି.ଏଲ୍.ସି. ରୋହିଣୀ ବରିହା ଉପସ୍ଥିତ ଥିଲେ । ବିଚାରକ ଭାବେ ଶାନ୍ତିଲାଲ ପ୍ରଧାନ, ଶୁକଦେବ ବେରିଆ ପ୍ରେମସାଗର ଫୌଜଦାର, ଦୁର୍ଲଭ ହରିପାଲ୍ ଓ ଟାଇଲ୍ ଚନ୍ଦ୍ର ଭୋଇ ଥିଲେ । କାଗଜପତ୍ର ଯାଞ୍ଚ ପାଇଁ କଳାକାର ମହାସଂଘର ଚିତ୍ତରଞ୍ଜନ ସରାଫ, ବିଭୀଷଣ ସାହୁ, ଦୁର୍ଯ୍ୟୋଧନ ତ୍ରିପାଠୀ ଓ ବ୍ଲକର କିରାଣୀ ଚନ୍ଦନ ପ୍ରଧାନ, ସଂଯୋଜକ ସହାୟକ ଚୂଡାମଣି ମହଲା, ମୋହିତ ବାଗ ପ୍ରମୁଖ କଳାକାର ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ।

Leave A Reply

Your email address will not be published.