centurian jitm

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱା ଧକ୍କାରେ ଛାତ୍ରୀ ମୃତ

nschool

ଭୁବନେଶ୍ୱର : ଭୁବନେଶ୍ୱର ଆଇଗିଣିଆ ଚଣ୍ଡୀ ମନ୍ଦିର ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ଛାତ୍ରୀ ମୃତ । ମୃତ ଛାତ୍ରୀ ଜଣକସୁଶ୍ରୀ ସୌମ୍ୟା ବୋଲି ଜଣାପଡ଼ିଛି । ମୃତ ସୁଶ୍ରୀଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ରହି ପାଠ ପଢୁଥିଲେ । ତେବେ ସୌମ୍ୟା ରାସ୍ତା ପାରି ହେବା ବେଳେ ହାଇୱା ଧକ୍କା ଦେଇଥିଲା । ଦେଖଣାହାରୀଙ୍କ କହିବା କଥା ହାଇୱା ଧକ୍କା ଦେବା ପରେ ୩୦ ମିଟର ଘୋଷାଡି ନେଇଥିଲା ହାଇୱା । ଖୋର୍ଦ୍ଧା ପଟୁ ଆସୁଥିବା ଲୋଡେଡ ହାଇୱା ଧକ୍କା ଦେଇଥିଲା । ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ରଖି ଫେରାର ହୋଇ ଯାଇଥିବା ବେଳେ ଗାଡ଼ି ଜବତ କରିଛି ପୋଲିସ । ସେପଟେ ଦୀର୍ଘ ସମୟ ଧରି ରାସ୍ତା ରୋକ କରିଥିଲେ ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.