
ରାଉରକେଲା : ରାଉରକେଲା ସହରର କୋଏଲ ନଦୀର ବୈକୁଣ୍ଠ ଘାଟ ନିକଟରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଶନିବାର ସନ୍ଧ୍ୟାରେ ଜଣେ ୧୫ ବର୍ଷର ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମୃତ ଛାତ୍ର କୋଏଲ ନଗର ବି ବ୍ଲକର ସତ୍ୟଜିତ ବେହେରା । ଝିରପାଣି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲର ମର୍ଗ ହାଉସରେ ରଖିଥିବା ବେଳେ ରବିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।