ଏଣିକି ଚାଷୀ ସ୍ଥିର କରିବେ କେଉଁ ମିଲରଙ୍କ ଧାନ ଦିଆଯିବ

  • ଗଞ୍ଜାମଜିଲ୍ଲାର ଦିଗପହଣ୍ଡିର ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷ ଓ ଚାଷୀ ସମ୍ପର୍କିତ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷ ଓ ଚାଷୀ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୁହାଯାଇଛି ଯେ ଏଣିକି ଚାଷୀମାନେ ସ୍ଥିର କରିବେ ମଣ୍ଡିରୁ କେଉଁ ମିଲରମାନଙ୍କୁ ଧାନ ଦିଆଯିବ । ଏଭଳି ଏକ ଆହ୍ୱାନ ଆସିଛି ଏହି ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ଦ୍ଧାରଣ ହୋଇଛି । ବରିଷ୍ଠ ସାମ୍ବାଦିକ ରାଜୀବ ପାତ୍ରଙ୍କ ସଭାପତିଦ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାର ବିଶିଷ୍ଟ କୃଷକ ତଥା ସମାଜସେବୀ ମହେବର ବରାଡ଼ ଯୋଗଦେଇ ଚାଷୀଟିର ଜମି ଥାଇ ବି ଜମିକୁ ଉତ୍ପାଦନ କ୍ଷମ କରିପାରୁ ନାହିଁ, କି ସେଥିପାଇଁ ସେ ଉପଯୁକ୍ତ ପୁଞ୍ଜି (ବ୍ୟାଙ୍କ ରୁଣ/ସହାୟତା) ଯୋଗାଡ କରିପାରୁନାହିଁ ଏବଂ ତୁହା କୁ ତୁହା ଫସଲ ହାନି ସହ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଫସଲ ଉତ୍ପାଦନ ହୋଇ ପାରୁନାହିଁ । ତେଣୁ ଚାଷୀ ଆଜି ମରଣଯନ୍ତାରେ ରହିଅଛି । କାର୍ଯ୍ୟକ୍ରମର ଜିଲ୍ଲା ଆବାହକ ସୁଧୀର ସାବତ କହିଥିଲେ ଯେ ସରକାର ମିଲର ମାନଙ୍କୁ ନିର୍ଦେଶ ଦିଅନ୍ତୁ କୌଣସି ପ୍ରକାର ପରିସ୍ଥିତିରେ ବି ଚାଷୀଟିର ଧାନକୁ ଫେରାଇବେ ନ।ହିଁ । ଏଥିପାଇଁ ମିଲର ମାନେ ଉତ୍‌କୃଷ୍ଟ ଧରଣର ମେସିନ ରଖ୍ ଉପଯୁକ୍ତ ଧାନକୁ ବାହାର କରିବା ଦରକାର । ଚାଷୀଙ୍କ ପଞ୍ଜୀକରଣ କେବଳ ସମବାୟ ସମ୍ପାଦକମାନଙ୍କୁ ଦାୟିତ୍ଵ ନଦେଇ ଗ୍ରାହକ ସେବାକେନ୍ଦ୍ରମାନଙ୍କୁ ନିୟୋଜିତ କରିବା ଦରକାର ଏବଂ ସେଥିରେ ବିକଳ୍ପ ଭାବେ ଚାଷୀର ମନ ମୁତାବକ ଜିଲ୍ଲାର ଯେକୌଣସି ତିନୋଟି ମିଲରଙ୍କୁ ଧାନ ଦେବା ସକାଶେ ବ୍ୟବସ୍ଥା ରହିବା ଦରକାର । ଯଦ୍ଵାରା କି ମିଲର ମାନଙ୍କ ମନମୁଖୀ କାର୍ଯ୍ୟକୁ ରୋକାଯାଇପାରିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଗ୍ନେଶ୍ୱର ସାହୁ କହିଥିଲେ ଯେ ମାଟି ବଞ୍ଚିଲେ ଚାଷୀ ବଞ୍ଚିବ ଚାଷ ବଞ୍ଚିଲେ ସଭ୍ୟତା ବଞ୍ଚିବ । ବର୍ତ୍ତମାନ ଓଡିଶାରେ ଚାଷ କିପରି ଜଳବାୟୁ ପରିବର୍ତ୍ତନ ଫଳରେ ଚାଷୀମାନେ ଯେପରି ଅକଥନୀୟ ଦୁର୍ଦଶାର ଶିକାର ହେଉଛନ୍ତି ସେଥୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଅନ୍ୟତମ ଅତିଥୀ ଡଃ ରବି ନାରାୟଣ ବେହେରା ଜୈବିକ ଚାଷର ଗୁରୁତ୍ଵକୁ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଏସଡ଼ିଓ ଇ.ସୁଦର୍ଶନ ପାତ୍ର, ବରିଷ୍ଠ ଚାଷୀ ବାଲ୍ମୀକି ପ୍ରଧାନ, ସାମ୍ବାଦିକ ଶିବ ପ୍ରସାଦ ରଥ, ଡଃ.ପ୍ରଫୁଲ୍ଲ ପ୍ରଧାନ, ବୁଲୁ ପଣ୍ଡା ପ୍ରମୁଖ ଚାଷୀ ଓ ଚାଷ ସମ୍ପର୍କରେ ଅନେକ ଉପାଦେୟ ବିଷୟ ଉପସ୍ଥାପନା କରିଥିଲେ । ପ୍ରତିବର୍ଷ ଚାଷରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଛି ତା ତୁଳନାରେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ଫଳରେ ଏଠି ଚାଷୀ ଯେ କେବଳ ଅଭାବି ବିକ୍ରିର ଶିକାର ହେଉଥିବା ବେଳେ ବିହନ ଓ ସାର ଚାଷୀକୁ ବଡ ଧରଣର ସମସ୍ୟାର ସମ୍ମୁଖୀନ ହେବାକୁ ପଢୁଛି । ସାର ନେବାପାଇଁ ସରକାର ଆଧାର କାର୍ଡର ବ୍ୟବସ୍ଥା କରୁଥିଲେ ମଧ୍ୟ ସାର ଡିଲରମାନେ ସରକାରର ନଥିପତ୍ରକୁ ନ ଯାଇ କଳାବଜାରରେ ଉଚ୍ଚ ଦରରେ ବିକ୍ରି କରିବା ଏକ ଅପରାଧ ଭାବେ ସରକାର ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ଗୋଟିଏ ପଟେ ଡିଲର ପାଖରେ ସାର ନଥ‌ବା ବେଳେ ସରକାରୀ ନଥିପତ୍ରରେ ସାର ଅଛି ବୋଲି ସରକାରୀ କର୍ମଚାରୀମାନେ ଡିଲରକୁ ଦେଉ ନାହାନ୍ତି ଯଦ୍ୱାରା କି ଚାଷୀଟି ଠିକ ସମୟରେ ସାର ପାଇପାରୁ ନାହିଁ । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ୍‌ ଅଞ୍ଚଳର ଶତାତ୍ତ୍ଵିକ ଚାଷୀ, ବୁଦ୍ଧିଜୀବୀ, ନିର୍ବାଚିତ ଲୋକପ୍ରତିନିଧୂ ମାନେ ଯୋଗଦେଇ ଏହି କର୍ମଶାଳାର ନିର୍ଯ୍ୟାସକୁ ସରକାର ଗୁରୁତ୍ଵ ଦିଅନ୍ତୁ ବୋଲି ଏଠାରେ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.