jayashree

ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଡାକରା

  • ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ
  • ୟାସ୍ ବାତ୍ୟା ଓ ଅଦିନିଆଁ ବର୍ଷାରେ ଚାଷୀଙ୍କ ଧାନ କ୍ଷୟକ୍ଷତିର ସରକାର କ୍ଷତି ପୁରଣ ଦିଅନ୍ତୁ
  • କଟନି ଛଟନି କରୁଥିବା ମିଲର୍ସ ବିରୁଦ୍ଧରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ
  • ଆସନ୍ତା ୭ ତାରିଖ ଦିନ ଜିଲ୍ଲାପାଳଙ୍କ ଜରିଆରେ ବିଜେପି ଦାବୀପତ୍ର ପ୍ରଦାନ କରିବ
    ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଚାଷୀଙ୍କ ଟୋକନ ଲେପ୍ସ କରାଯିବା, ମଣ୍ତିରେ ୫-୬ କେଜି ଧାନ କଟନି ଛଟନି କରାଯିବା, ଅଦିନିଆଁ ବର୍ଷା ଯୋଗୁଁ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ ହେବା, ଖୋଲା ବଜାରରେ ୧୧ ଶହ ଟଙ୍କାରେ ଚାଷୀ ଧାନ ବିକ୍ରି କରୁଥିବା ଆଦି ସମସ୍ୟାକୁ ନେଇ ଓଡିଶା ପ୍ରଦେଶ ବିଜେପି କୃଷକ ମୋର୍ଚ୍ଚା ଆସନ୍ତା ତା ୭ -୦୬ ରିଖ ଦିନ ଧାନ କିଣାବିକା ହେଉଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେବା ପାଇଁ ଆଜି କୃଷକ ମୋର୍ଚ୍ଚାର ଭର୍ଚୁଏଲ ବୈଠକରେ ନିଷ୍ପର୍ତ୍ତ ନିଆଯାଇଛି । କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଏଲ ବୈଠକରେ କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ, ସମସ୍ତ ଜିଲ୍ଲା ସଭାପତି, କାର୍ୟ୍ୟକାରୀ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । କାଳିଆର ୨ ହଜାର ଟଙ୍କା ଚାଷୀଙ୍କୁ ଦେଇ ଆପଣ ମାନେ ଖୁସିତ କହି ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସି ଯାଇଥିବାରୁ ମିଲର୍ସ, ଖାଦ୍ୟ ଯୋଗାଣ ବିଭାଗ, ସମବାୟ ବିଭାଗ ମିଳିତ ଭାବେ ଯୋଜନା ବଦ୍ଧ ଭାବେ ଚଳିତ ରବି ଋତୁରେ ଧାନ କିଣା ବିକାରେ ଚାଷୀଙ୍କ କୋଟି କୋଟି ଟଙ୍କା ଲୁଟି ନେଉଥିବାର ଅନେକ ଜିଲ୍ଲା ସଭାପତି ଅଭିଯୋଗ କରିଥିଲେ । ଅଖା, ଲୋଡିଙ୍ଗ ଅନ୍ ଲୋଡିଙ୍ଗ, ପରିବହନ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିବା ବେଳେ ଏହି ଟଙ୍କା ଚାଷୀଙ୍କୁ ନ ଦେଇ ମିଲର୍ସ ହରିଲୁଟ କରି ନେଇଥିବାର ଅଭିଯୋଗ ହୋଇଛି । ୟାସ ବାତ୍ୟାରେ ଉପକୂଳ ଓ ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କ ଯେଉଁ କ୍ଷୟକ୍ଷତି ହୋଇଛି ତାର କ୍ଷତିପୂରଣ ଦେବା, ଓଡ଼ିଶାରେ ଚଳିତ ରବି ଋତୁରେ ଧାନ ବିକ୍ରୀ ପାଇଁ ଯେତେ ଚାଷୀ ପଂଜିକୃତ କରିଛନ୍ତି ସେ ସମସ୍ତ ଚାଷୀଙ୍କ ଧାନ ସରକାର କିଣିବା, ଚାଷୀଙ୍କ ଧାନ କଟନି ଛଟନି କରୁଥିବା ମିଲର୍ସ ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବା, ଆଦି ଦାବୀ ଗୁଡିକ ନେଇ କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଭର୍ଚୁଏଲ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି । ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ରବି ନାୟକ, ଟଙ୍କଧର ତ୍ରିପାଠୀ, ବରିଷ୍ଠ ନେତା ରଂଜନ ପଟେଲ, କୃଷ୍ଣ ଜଗଦ୍ଦେଷ୍ଟ ଆଦି ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ ।
Leave A Reply

Your email address will not be published.