ବାହାଲ ଚାଷୀ ଖୁସ୍‌ ଥିବା ବେଳେ ମାଲ ଚାଷୀ କାନ୍ଦୁଛି

ମ.ରାମପୁର, (ହେମନ୍ତ ସାହୁ) : ବର୍ଷାରତୁ ଆରମ୍ଭରୁ ମୌସୁମୀର ଲୁଚକାଳୀ ଖେଳ ଓ ସ୍ଵଲ୍ପ ବୃଷ୍ଟି କାରଣରୁ ଚାଷୀକୂଳ ହତାଶ ହୋଇପଡ଼ିଥିବା ବେଳେ ଅଣଜଳ ସେଚିତ ବହୁ ଚାଷଜମି ଏବେ ମଧ୍ୟ ପଡିଆ ପଡିଛି । ଧୁ ଧୁ ମୁଣ୍ଡଫଟା ଖରା ସାରା ଶ୍ରାବଣ ମାସରେ ମଧ୍ୟ ବୈଶାଖର ଅନୁଭବ ଦେଇ ଯାଇଛି । ବର୍ଷା ଅଭାବରୁ ଚାଷକାର୍ଯ୍ୟ କରିନପାରି ଚାଷୀକୂଳ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛି । କିନ୍ତୁ ଗତକାଲି ଠାରୁ ଲଘୁଚାପଜନିତ ବାଦଲ ଫଟା ଲଗାଣ ବର୍ଷା ଯେ କେବଳ ବହାଲ ଜମି ଗୁଡ଼ିକ ପାଇଁ ଖୁସି ଆଣିଦେଇଛି । କିନ୍ତୁ ଆଟ, ମାଲ, ବେର୍ଣା ଜମିଗୁଡ଼ିକର ଚାଷୀଙ୍କ ଭାଗ୍ୟକୁ ନିନ୍ଦି ମୁଣ୍ଡରେ ହାତ ଦେଇ କାନ୍ଦୁଛି । ଏବେ ଯେତେ ବର୍ଷା ହେଲେ ମଧ୍ୟ କୌଣଷି ଫଳପ୍ରଦ ହେବନାହିଁ । ବୁଣା ଧାନଗୁଡ଼ିକ ବିହୁଡ଼ା ହୋଇ ନଥିବା ବେଳେ କିଛି ଚାଷୀ ଯେଣେ ତେଣେ ପ୍ରକାରେ ପାଇପ୍ ଯୋଗେ ପାଣି ମଡେଇ ରୁଆ/ ବିହୁଡା କରିଥିଲେ କିନ୍ତୁ ବିହୁଡା ଧାନ ବିହୁଡା ଅବସ୍ଥାରେ ରହିଯାଇଛି । ଧାନ ପାଇଁ ଅଗଷ୍ଟ ମାସରେ ବର୍ଷା ଓ ଆବଶ୍ୟକ ମୁତାବକ ସାର ନ ପାଇ ସେମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ବର୍ତ୍ତମାନର ଲଘୁଚାପଜନିତ ବର୍ଷା କିଛି ଚାଷୀଙ୍କ ମୁହଁରେ ହସ ଫୁଟେଇ ଥିବା ବେଳେ କିଛି ଚାଷୀଙ୍କ ଆଖିରେ ଲୁହର ଧାରା ଶ୍ରାବଣ ଦେଖା ଦେଇଛି । ଏ ବର୍ଷାର ଲୁଚକାଳି ଖେଳ ଭିତରେ ନିରୀହ ଚାଷୀ ଦର୍ଶକ ସାଜି ହାର୍ ଜିତର ଫାଇନାଲକୁ ଅପେକ୍ଷା କରି ରହିଛି । କେତେ ବେଳେ ସରକାର ସମ୍ଭ୍ୟବ୍ୟ ମରୁଡ଼ି ଘୋଷଣା କରି ସହାୟତା ଯୋଗାଇ ଦେବେ । ଧାର କରଜ କରି ବିହନ ଠୁ ଆରମ୍ଭ କରି ରୁଆ ଯାଏଁ ଅନେକ ଖର୍ଚ୍ଚାନ୍ତ ହେବା ପରେ ଏବେ ଦାଦନ ଯିବାକୁ ପ୍ରସ୍ତୁତ ହେବାକୁ ବସିଲେଣି ।

Leave A Reply

Your email address will not be published.