ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ରହିଥିବା ଚାଷ ଜମିଗୁଡିକ ଜଳମଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି । ପୋଇରାଶି ପଞ୍ଚାୟତର ଭୁଆଁଭୁଇଁ ଓ ବରପଲ୍ଲୀ ଗ୍ରାମାଞ୍ଚଳରେ ଶସ୍ୟକ୍ଷେତ୍ର ମଧ୍ୟରେ ରହିଥିବା ପାଚିଲାଧାନ ଗଛଗୁଡିକ ବର୍ଷାଜଳ ମଧ୍ୟରେ ପଡିରହିଥିବା ଲକ୍ଷ କରାଯାଇଛି । ଅନ୍ୟପଟେ ଶସ୍ୟକ୍ଷେତ୍ର ମଧ୍ୟରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଲଙ୍କା ଚାରା ରୋପଣ କରାଯାଇଥିବା ବେଳେ ସେଗୁଡିକ ବର୍ଷାଜଳରେ ନଷ୍ଟ ହୋଇଯାଇଥିବା ନେଇ ପୋଇରାଶି ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ ବଂଶୀଧର ବେହେରା, ପୂର୍ବତନ ବିଜେଡି ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, କବିରାଜ ବେହେରା, ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ନିମନ୍ତେ ସରକାରୀ ସହାୟତା ମଧ୍ୟ ଦାବୀ କରିଛନ୍ତି । ସେହିପରି ଗଞ୍ଜାମ ବ୍ଲକର ବିଶେଷ କରି ଝାଡ଼ାକୁଡା, ଲକ୍ଷ୍ମୀପୁର, କାଇଁଚପୁର, କଲ୍ୟାଣପୁର, ପାଳିବନ୍ଧ ଆଦି ବିଭିନ୍ନ ଗ୍ରାମାଞ୍ଚଳରେ ଚାଷଜମି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀକୂଳ ଚିନ୍ତିତ ହୋଇପଡିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ କ୍ଷତିପୁରଣ ଦେବା ପାଇଁ ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.