
ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ପ୍ରେମ ଓ ପ୍ରତାରଣାର ଅନେକ ଘଟଣା ସାମନାକୁ ଆସୁଥିବା ବେଳେ ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଘଟଣା ଟି ହେଉଛି ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶିଲ୍ ଗ୍ରାମର । ପ୍ରେମ ସମ୍ପର୍କ ପରେ ଅନେକ ବର୍ଷ ସାଙ୍ଗରେ ରହି ଦୁଇଟି ଛୁଆର ଜନ୍ମ ପରେ ପ୍ରେମିକ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଦେଶିଲ ଗ୍ରାମର ସାଦିନୀ ସାହୁ । ଟିଟିଲାଗଡ ପୋଲିସ ଷ୍ଟେସନରେ ହୋଇଥିବା ଅଭିଯୋଗ ମୁତାବକ ସାଦିନୀ ଦେଶିଲ ଗ୍ରାମର ଭରତ ସାହୁ ସହ ପ୍ରେମ ସମ୍ପର୍କରେ ଥିଲେ । କିନ୍ତୁ ସାଦିନୀଙ୍କୁ ତାଙ୍କ ବାପା ମା’ ଅନ୍ୟ ଏକ ଯୁବକ ସହ ବୈଦିକ ପରମ୍ପରା ଅନୁସାରେ ବିବାହ କରିଥିଲେ ବୋଲି କହିଛନ୍ତି । କିନ୍ତୁ ସାଦିନୀଙ୍କ ପ୍ରେମିକ ସାଦିନୀଙ୍କୁ ଆଜୀବନ ନିଜ ସ୍ତ୍ରୀ ଭାବରେ ରଖିବାକୁ କହି ନିଜ ସାଙ୍ଗେ ନେଇ ଆସିଥିଲା ଓ ବିବାହର ୫ ବର୍ଷ ମଧ୍ୟରେ ସାଦିନୀ ଓ ଭରତର ଦୁଇଟି ଶିଶୁ ଜନ୍ମ ହୋଇଛି ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ଭରତର ବାପା ମା’ ସାଦିନୀକୁ ଘରୁ ତଡି ଦେଇ ଭରତର ଅନ୍ୟ ଏକ ନାବାଳିକାକୁ ବିବାହ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସାଦିନୀ ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଟିଟିଲାଗଡ ପୋଲିସ ବିବାହ ବନ୍ଦ କରିଥିବା କହିଛନ୍ତି । ବିବାହକୁ ବନ୍ଦ କରାଇଥିବା ରାଗରେ ସାଦିନୀର ପରିବାର ଓ ଭରତର ପରିବାର ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଭରତର ବାପା କ୍ଷେତ୍ର ସାହୁ, ଭରତର ମା’ ଏବଂ ଦୁଇ ପିଉସୀ ସାଦିନୀ ଓ ତାଙ୍କ ମାଆକୁ ମାଡ଼ ମାରି ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଓ ଜୀବନରେ ମାରି ଦେବା ଭଳି ଧମକ ଦେଇଥିବା ଘଟଣା ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। । ଟିଟିଲାଗଡ ପୋଲିସ ଷ୍ଟେସନରେ ଗତ ଜାନୁଆରୀ ୧୩ ତାରିଖରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଭରତକୁ ପୋଲିସ ଷ୍ଟେସନକୁ ଆଣି କୋର୍ଟ ଚାଲାଣ ପରେ ସେ ବର୍ତ୍ତମାନ ଜେଲରେ ଥିବା ସୂଚନା ଦେଇଛନ୍ତି । କିନ୍ତୁ ଭରତର ବାପା କ୍ଷେତ୍ର ସାହୁ ଜଣେ ଗୃହରକ୍ଷୀ ବାହିନୀର ସଦସ୍ୟ ହୋଇଥିବାରୁ ତାଙ୍କ ବିରୋଧରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ବେଳେ କ୍ଷେତ୍ର ମାଝୀ ବାରମ୍ବାର ସାଦିନୀ ଓ ତାଙ୍କ ପରିବାରକୁ ଜୀବନରେ ମାରି ଦେବା ପାଇଁ ଧମକ ଦେଉଥିବା କୁହାଯାଇଛି । ତାଙ୍ଙ୍କୁ ବାରମ୍ବାର ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ସାଦିନୀ । ଟିଟିଲାଗଡ ପୋଲିସ ଷ୍ଟେସନରେ ନ୍ୟାୟ ନ ମିଳିବାରୁ ମହିଳା ଗତ ଫେବୃଆରୀ ୯ ତାରିଖରେ ବଲାଙ୍ଗିର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ । ବଲାଙ୍ଗିର ଏସପି ଟିଟିଲାଗଡ ଏସଡିପିଓଙ୍କୁ ଦୁଇ ଦିନ ମଧ୍ୟରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜିକୁ ତିନି ଦିନ ହେଲା ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ମହିଳା ଜଣକ ଅଭିଯୋଗ କରି ଟିଟିଲାଗଡ ପୋଲିସ ଷ୍ଟେସନ ଓ ଏସଡିପିଓ କାର୍ୟ୍ୟାଳୟକୁ ଯାଇଥିଲେ । ସେଠାରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ତଦନ୍ତ କରି ମହିଳାଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ସମ୍ପୃକ୍ତ ଗ୍ରାମରକ୍ଷୀଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିବା ଏବଂ ପୀଡିତା ଦୁଇ ସନ୍ତାନର ଜନନୀଙ୍କୁ ହଇରାଣ କରିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାରି ପଛରେ କିଛି ବଡ଼ ଧରଣର ଅର୍ଥ କାରବାର ହୋଇଥିବା ମଧ୍ୟ ସହରରେ ଚର୍ଚ୍ଚା ହେଉଛି । ତେବେ ଟିଟିଲାଗଡ଼ ଥାନାକୁ ଆସୁଥିବା ଲୋକେ ନ୍ୟାୟ ନ ପାଇ ଅନେକ ସମୟରେ ବଲାଙ୍ଗିର ଏସପି.ଙ୍କ ଦ୍ୱାରସ୍ତ ହେଉଥିବାରୁ ଏବେ ଟିଟିଲାଗଡ଼ ପୋଲିସର କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସହରରେ ଚର୍ଚ୍ଚା ଜୋର୍ ଧରିଛି ।
