om academy

ଅଷ୍ଟମ ବାଟାଲିୟନ ପକ୍ଷରୁ ଚାରା ରୋପଣ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସ୍ଥିତ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାହା ଚାରି ଟେବୁଲ ଟ୍ରଷ୍ଟ ମାଧ୍ୟମରେ ଅନୁଷ୍ଠିତ ଏହି ଚାରା ରୋପଣ କାର୍ଯ୍ୟକ୍ରମକୁ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟନାରାୟଣ ମଲିକ ଗଛ ଲଗାଇ ଶୁଭାରମ୍ଭ କରିଥିଲେ । ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା, ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ସିଂ, ସହ ଦୁର୍ଗପତି ଏକେ ପ୍ରଧାନ, ଜେଏନ ନାୟକ, ଏଲଏନ ବେହେରା, ସିପାହୀ ଓ ହାବିଲଦାର ସଙ୍ଘ ସଭାପତି ଅଜିତ କୁମାର ରଥ, ତ୍ରିଲୋଚନ ଦାସ, ସୁବେଦାର ମନୋଜ ଦାସ, ପ୍ରଫୁଲ୍ଲ କୁମାର ସେଠୀ, କୃଷ୍ଣ ବେହେରା, ବିଏନ ମାଲିକଙ୍କ ସମେତ ବାଟାଲିୟନ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବାଟାଲିୟନ ମୁଖ୍ୟ ଗେଟ ସମ୍ମୁଖରେ ପ୍ରାୟ ୫୦ରୁ ଅଧିକ ବଉଳକୋଳି ସମେତ ଔଷଧୀୟ ଗଛ ଲଗାଯାଇଥିଲା । ଛତ୍ରପୁର ବନଖଣ୍ଡ ଅଧିକାରୀ ରଜତ କୁମାର ମିଶ୍ର ନିର୍ଧାରିତ ସମୟଠାରୁ କିଛି ସମୟ ବିଳମ୍ବରେ ପହଂଚିବା ପରେ ଆଉ କିଛି ଚାରାକୁ ରୋପଣ କରିଥିଲେ ।

Leave A Reply

Your email address will not be published.