ସୁବର୍ଣ୍ଣପୁର ମହାନଦୀ ଗଣ୍ଡରେ ଲଂକେଶ୍ୱରୀ ଦେବୀଙ୍କ ଚୈତ୍ରଯାତ୍ରା ଓ ଚାପଖେଳ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ମହାନଦୀର ମଝିଧାର ଟାଙ୍ଗରରେ ଅଧିଷ୍ଠିତା ଦେବୀ ଲଂକେଶ୍ୱରୀ ଦେବୀଙ୍କ ଚୈତ୍ରଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ ରାଜୁଡା ଅମଳରେ ଏକଦା ରାଜନ୍ୟ ବର୍ଗଙ୍କ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତା ଲଂକେଶ୍ୱରୀ ଫି’ ତିନି ବର୍ଷ ଅନ୍ତରରେ ଚୈତ୍ର ୩ୟ ମଂଗଳବାର ତିଥିରେ ଚୈତ୍ରଯାତ୍ରାରେ ବିଜେ କରିଥାନ୍ତି । କୈବର୍ତ୍ତ ସମାଜ ଦ୍ବାରା ପୂଜା ପାଉଥିବା ଦେବୀ ଲଂକେଶ୍ବରୀଙ୍କୁ ଆଜି ପରମ୍ପରାନୁସାରେ ମନ୍ଦିରରୁ ଛତିଛତ୍ର ସହ ବାହାର କରାଯାଇ କୋସଲି ଡଂଗାରେ ଚାପଖେଳା ସହ ନଗର ବିଜେ କରି ଘରେ ଘରେ ବନ୍ଦାପନା କରାଯାଇଛି । ମହାନଦୀର ଲଂକେଶ୍ୱରୀ ଗଣ୍ଡର ଅକାତ କାତ ପାଣିରେ ଡଂଗାରେ ଦେବୀଙ୍କ ଚାପଖେଳକୁ ଆଜି ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିବା ବେଳେ ହରିବୋଲ ହୁଲହୁଲି ଧ୍ୱନିରେ ମହାନଦୀ ଶଯ୍ୟା ମୁଖରିତ ହୋଇଉଠିଛି । ଆଜି ଲଂକେଶ୍ୱରୀଙ୍କ ମହାର୍ଘ ଚାପଖେଳ ହୋଇଥିବା ବେଳେ ନିଶିପୂଜା ପରେ ଦେବୀ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ଅଛି ।

Leave A Reply

Your email address will not be published.