oom

ମଟୋଗଣ୍ଡାରେ ଯୁବଶକ୍ତି କ୍ରିକେଟ ଫାଇନାଲ୍‌ରେ ବୋରପଦରକୁ ହରାଇ ମ.ରାମପୁର ଟୁବୁସ ଚାମ୍ପିୟନ

jsmm

ମ. ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ମ.ରାମପୁର ମଟୋଗଣ୍ଡା ଠାରେ ତା.୧୨/୧୧/୨୦୨୨/ରୁ ଚାଲିଥିବା ଯୁବଶକ୍ତି କ୍ଲବ ତରଫରୁ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ୍ ମ୍ୟାଚ୍‌ରେ ବୋରପଦର ଦଳ ଟସ୍‌ ଜିତି ବ୍ୟାଟିଂ କରିଥିଲା । ୮୭ ଟାର୍ଗେଟ ଦେଇଥିଲା ଟୁବୁସ କୁ । ଏହାର ଜବାବରେ ଟୁବୁସ ୧୦ ଓଭରରେ ବିଜୟୀ ହୋଇଥିଲା । ଟୁବୁସର ବବ୍ଲୁ ମ୍ୟାନ ଅଫ ଦି ମ୍ୟାଚ୍‌, ସିରିଜ, ବେଷ୍ଟ ବେଟ୍ସମ୍ୟାନ ଭାବେ ପୁରସ୍କୃତ ହୋଇଥିଲେ । ବୋରପଦରର କୁନା ବେଷ୍ଟ ବୋଲର ଭାବରେ ପୁରସ୍କୃତ ହୋଇଥିଲେ । ଚାମ୍ପିୟନ ଦଳକୁ ୯୦୦୦/- ଟଙ୍କା ସହ ଟ୍ରଫି ଏବଂ ରାନର୍ସ ଦଳକୁ ୬୦୦୦/- ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୁବନେତା ନୀଳ ମାଧବ ସିଂଦେଓ ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ଅମ୍ପାୟାର ଦାୟିତ୍ୱରେ ବିକାଶ ହାତୀ ଏବଂ ହିମାନ୍ଦ୍ର ପାତ୍ର ତୁଲାଇ ଥିବା ବେଳେ ମନ୍ଦିର ମାଝୀ ସ୍କୋର ବୋର୍ଡ ଦାୟିତ୍ୱରେ ଥିଲେ ଏବଂ ଧାରା ବିବରଣୀ ପ୍ରଦାନ କରିଥିଲେ ଅରୁଣ ହାତୀ, କୁଞ୍ଜବିହାରୀ ହାତୀ, ଗୋପୀ, କମିଟିର ହେମନ୍ତ, ବରୁଣ, ପ୍ରଶାନ୍ତ, ଗଗନ, ବବ୍ଲୁ, ଡବ୍ଲୁ, ହିମାନ, ଗୁଡୁ, ଆରବ, ଲକି, ଆଶିଷ, ବସନ୍ତ ପଦୁ, ଭୂପିନ୍ଦର, ଅଜିତ, କାର୍ତ୍ତିକ, ରାହୁଲ, ଅଶୋକ, ଜିତ, ଦିପୁନ, କୈଳାଶ, ସମୀର ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.