ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଚାମ୍ପିଆନ

ବରଗଡ, (ନିରୋଜ କୁମାର ପାଣୀ) : ଜୋନାଲସ୍ତରୀୟ (ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ବଲାଙ୍ଗିର, ସୋନପୁର ଜିଲ୍ଲାସ୍ଥରୀୟ) ବ୍ୟାଣ୍ଡ ପ୍ରତିଯୋଗିତାରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚାମ୍ପିଆନ ହୋଇ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ କର କମଳରୁ ଟ୍ରଫି ଗ୍ରହଣ କରିଛନ୍ତି । ଏହା ସହିତ ରାଜ୍ୟସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତା ପାଇଁ ସମଗ୍ର ଟିମ୍‌କୁ ପ୍ରଧାନ ଶିକ୍ଷୟିତ୍ରୀ ଚୁଡାମଣି ବାରିକ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.