oom

ଅବକାରୀ ବିଭାଗ ଦ୍ୱାରା ୮ କେ.ଜି. ମହୁଲ ଫୁଲ ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୧ କୋର୍ଟ ଚାଲାଣ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରୁ ୮ କେ.ଜି ମହୁଲ ଫୁଲ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଅବକାରୀ ବିଭାଗ ତୁରେକେଲା ଅଂଚଳରେ ଲାଠୋର ରୋଡରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାଜୀବଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟଳୟର ନିକଟରେ ଉକ୍ତ ୮.୩୫ କେ.ଜି. ମହୁଆ ଫୁଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ନଂ. ଓଡି-୧୭୮୭୮୫ ଗାଡିକୁ ଜବତ କରି ଡ୍ରାଇଭର ତଥା ଗାଡି ମାଲିକ ନବୀନ ପୁଟାଙ୍କୁ ଅବକାରୀ କେସ ରୁଜୁ କରି କଣ୍ଟାବାଞ୍ଜି ଅବକାରୀ କେସ୍‌ ନଂ୪/୨୦୨୪-୨୫ରେ କୋର୍ଟ ଚାଲାଣ କରିଛି । ଏହି ଚଢଉରେ କଣ୍ଟାବାଞ୍ଜି ଅବକାରୀ ଥାନା ଅଧିକାରୀ ପ୍ରବୀନ କୁମାର ସାହୁ ଏଏସ୍‌ଆଇ ଅର୍ତ୍ତତ୍ରାଣ ବୋହିଦାର, କନେଷ୍ଟବଳ ରଂଜନ କୁମାର ମିଶ୍ର, ଆଶିଷ କୁମାର ପଟୋଲ, ମମତା ବେହେରା ସାମିଲ ଥିଲେ ।

jittmm
Leave A Reply

Your email address will not be published.