ଭାଟିପଡ଼ା ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳବସ୍ତା ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ତଳେ ଟିଟିଲାଗଡ଼ ନିକଟସ୍ଥ ଭାଟିପଡା ସ୍କୁଲ ଭିତରୁ ଛୁଆମାନଙ୍କୁ ଦେବା ନିମନ୍ତେ ରଖାଯାଇଥିବା ଚାଉଳବସ୍ତା ଭିତରୁ କିଛି ବସ୍ତା ଚୋରି ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଥାନାରେ କେଶ୍‌ ରୁଜୁ ହୋଇ ଥାନାଧିକାରୀ ଅବନୀ ସାହୁ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଭାଟିପଡା ଗ୍ରାମର କେତେଜଣ ଯୁବକଙ୍କ ସମ୍ପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ହସ୍ତଗତ ହେବାରୁ ଗତ ତା-୩୧.୦୩.୨୦୨୪ ରିଖ ରାତିରେ ଭାଟିପଡା ଗ୍ରାମରେ ଚଢାଉ କରି ୧- ମିନିକେତନ ଖର୍ସେଲ, ପିତା – ଗରୁଡ ଖର୍ସେଲ, ୨- ଅଭୟ ଖର୍ସେଲ ଅଚୈତନ୍ୟ ଖର୍ସେଲ, ପିତା – ସ୍ଵର୍ଗତ ନବୀନ ଖର୍ସେଲ, ୩- ସୁନୀଲ ଖର୍ସେଲ, ପିତା- ସ୍ଵର୍ଗତ ନବୀନ ଖର୍ସେଲ ଓ ୪- ସାଗର ଖର୍ସେଲ , ପିତା- କମ୍ବୁଜ ଖର୍ସେଲ ସମସ୍ତଙ୍କ ଗ୍ରାମ ଭାଟିପଡା, ଥାନା ଟିଟିଲାଗଡ ଜିଲ୍ଲା ବଲାଙ୍ଗିରକୁ ପ୍ରମାଣ ସହ ଗିରଫ କରାଗଲା ଓ ସେମାନଙ୍କଠାରୁ ଚୋରୀ ହୋଇଥିବା ଚାରିବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ସହ ଘଟଣାରେ ସମ୍ପୃକ୍ତ ଥିବା ଗୋଟିଏ ହିରୋ ଏଚ୍‌ଏଫ୍‌ ଡିଲକ୍ସ ମୋଟର ସାଇକଲ୍‌ ଯାହାର ନମ୍ବର ଓଡି୦୮ଏଚ୍‌୭୧୪୫କୁ ଆସାମୀ ମାନଙ୍କଠାରୁ ଜବତ କରାଯାଇଛି ଏବଂ ସମ୍ପୃକ୍ତ ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଟିଟିଲାଗଡ଼ ଥାନାଧିକାରୀ ଅବନୀ ସାହୁଙ୍କ ଇୟେ ଆଉ ଏକ ସଫଳତା । ତାଙ୍କ ହାତରେ ଯେଉଁ କେଶ୍‌ ଆସୁଛି ଯେତେ ବଡ଼ ଚୋର ହୋଇଥାଉ ନା କାହିଁକି ତାଙ୍କଠାରୁ ବଞ୍ଚିବା ଭାରି କଷ୍ଟକର ।

Leave A Reply

Your email address will not be published.