oom

ରେଳଷ୍ଟେସନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ସନ୍ଦିଗ୍ଧ ଯୁବକ ଗିରଫ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳଷ୍ଟେସନରେ ଜଣେ ଯୁବକ ଟ୍ରେନରେ ପ୍ରାୟ ୫୧ ହଜାର ଟଙ୍କାର ଗଞ୍ଜେଇ ଚାଲାଣ କରିବା ଅବସ୍ଥାରେ ଗିରଫ ହୋଇ ଥିବାବେଳେ ପୁଣି ଏହି ଷ୍ଟେସନରେ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ପ୍ରକାଶ ଯେ, ଭାରତର ସମସ୍ତ ପ୍ରାନ୍ତକୁ ସଂଯୋଗ ରହି ଥିବା ଅନ୍ୟତମ ଟିଟିଲାଗଡ ରେଳ ଜଙ୍କସନରୁ ଏହି ନୀଳ ଜହର ଚାଲାଣ ରାଜ୍ୟ ବାହାରକୁ କରିବା ବେଳେ ଟିଟିଲାଗଡ ଅବକାରୀ ବିଭାଗ ତଥା ରେଳ ଆର୍‌ପିଏଫ୍ ପୋଲିସଙ୍କ ମିଳିତ ଉଦ୍ୟମ କ୍ରମେ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ କଳାହାଣ୍ଡି ଜିଲ୍ଲାର ଡ୍ରମ୍ବା ଗ୍ରାମର ୨୪ ବର୍ଷୀୟ ଗୋବିନ୍ଦ ନାଏକ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ରେଳଷ୍ଟେସନର ତିନି ନମ୍ବର ପ୍ଲାଟଫର୍ମରେ ବିଶାଖାପାଟଣା-ନିଜାମୁଦ୍ଦିନ ଏକ୍ସପ୍ରେସ ଟ୍ରେନ ରହି ଥିବା ବେଳେ ଗଞ୍ଜେଇ ପ୍ୟାକେଟ ସହ ଅଭିଯୁକ୍ତ ଯୁବକ ଭୋପାଳକୁ ଯିବା ପାଇଁ ଟ୍ରେନରେ ଥିବା ଅବସ୍ଥାରେ କାବୁ କରାଯାଇଥିଲା । ଏନେଇ ଗିରଫ ଅଭିଯୁକ୍ତଙ୍କୁ ଟିଟିଲାଗଡ କୋର୍ଟ ଚାଲାଣ କରା ଯାଇଥିବା ବେଳେ ବିଚାର ବିଭାଗୀୟ ବନ୍ଦୀ ଭାବେ ଟିଟିଲାଗଡ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଛି ।

jittmm
Leave A Reply

Your email address will not be published.