oom

ଟୋଲ ମୁକ୍ତ ଯାନବାହାନ ଚଳାଚଳ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସମ୍ବଲପୁର ଜାତୀୟ ରାଜପଥର ବରାହାଗୁଡା ଠାରେ ଥିବା ଅଶୋକା ଟୋଲ ପ୍ଲାଜାରେ ଗତକାଲି ବରଗଡ଼ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଯୋଗୁଁ ସମସ୍ତ ଯାନବାହାନ ଗୁଡିକୁ ବିନା ଦେୟରେ ଯିବା ଆସିବା କରିଥିବା ଦେଖିବାକୁ ମିଳିଥିଲା । ବରାହଗୋଡା ଠାରେ ଥିବା ଟୋଲ ପ୍ଲାଜାରେ ଅଶୋକା ବିଲଡିକନ ପକ୍ଷରୁ ବେନିୟମ ଭାବେ ଯାନବାହାନ ଗୁଡିକରୁ ଦେୟ ଅସୁଲି ପ୍ରତିବାଦରେ ଗତକାଲି ବରଗଡ଼ ଓକିଲ ସଂଘ ପକ୍ଷରୁ ସେଠାରେ ଆନ୍ଦୋଳନ କରିଥିଲେ । ଫଳରେ ଜାତୀୟ ରାଜପଥ ଦେଇ ଯାଇଥିବା ସମସ୍ତ ଯାନବାହାନ ଗୁଡିକୁ ଯାତାୟତ କରିଥିଲେ । ଟୋଲ ଆଦାୟ କରୁଥିବା ଅଶୋକା ବିଲଡିକନ କଂପାନୀ କୌଣସି ନୀତି ନିୟମ ମାନୁ ନଥିବା, ୨୦୧୪ ରେ ଏହି ଜାତୀୟ ରାଜପଥର ନିର୍ମାଣ ଶୈଳୀ ଉପରେ ଆଇଆଇଟି ଖଡ଼ଗପୁରର ଦେଇଥିବା ରିପୋର୍ଟର ଖିଲାଫ କରୁଥିବା ତଥା ଏହି ରିପୋର୍ଟ ଉପରେ କାର୍ଯ୍ୟକାରୀ କରିବାକୁ ଏନଏଚଆଇ ଓ ବରଗଡ଼ ଓକିଲ ସଂଘ ଉପସ୍ଥିତରେ କରିଥିବା ଚୁକ୍ତିନାମାର ଖିଲାଫ କରିବା ପ୍ରତିବାଦରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।

jittmm
Leave A Reply

Your email address will not be published.