ଚାକିରି କରାଇ ଦେବା ନାଁରେ ୪୦ ହଜାର ଟଙ୍କା ନେଇ ଦୁଇ ଯୁବତୀଙ୍କୁ ବନ୍ଦ ଘରେ ଭର୍ତ୍ତି

ରାଉରକେଲା : ଚାକିରି କରାଇ ଦେବା ନାଁରେ ଦୁଇ ଜଣ ଯୁବତୀଙ୍କ ଠାରୁ ଏକ କମ୍ପାନି ୪୦ ହଜାର ଟଙ୍କାନେଇ ବେଆଇନ ଭାବେ ଏକ ବନ୍ଦଘରେ ଭର୍ତ୍ତି କରି ଅଟକ ରଖିଥିଲା । ଅଭିଯୋଗ ହେବାଫଳରେ ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରିଛି ରାଉରକେଲା ଏବଂ କୁଆରମୁଣ୍ଡା ପୁଲିସ । ଏହି ଯୁବତୀ ଦ୍ୱୟଙ୍କୁ କୁଆରମୁଣ୍ଡା ଷ୍ଟେଟବ୍ୟାଙ୍କ ପଛପଟ ଏକ ଘରେ ବନ୍ଦକରି ରଖାଯାଇଥିଲା । ଗ୍ଲେ୍‌ଜ୍‌ ଇଣ୍ଡିଆ ନାମକ ଏକ ଘରୋଇ କମ୍ପାନି ଚାକିରି ଦେବା ନାମରେ ବିଭିନ୍ନ ସ୍ଥାନରେ ଏପରି ଠକେଇ କରିବା ଅଭିଯୋଗ ପୂର୍ବରୁ ହୋଇଥିଲା । ଏବେ ରାଉରକେଲା ପୁଲିସ ନିକଟରେ ଅଭିଯୋଗ ହେବା ପରେ ରାଉରକେଲା ଏବଂ କୁଆରମୁଣ୍ଡା ପୁଲିସ ମିଳିତ ଚଢ଼ାଉ କରି ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରିଛନ୍ତି । ପୁଲିସ କମ୍ପାନିର ୩ ଜଣ କର୍ମଚାରୀଙ୍କୁ ଅଟକରଖି ପଚରା ଉଚୁରା କରୁଛି । ଉକ୍ତ ଘରେ ଅଟକ ରହିଥିବା ଅନ୍ୟ ଯୁବତୀଙ୍କୁ ମଧ୍ୟ ପଚରା ଉଚରା କରି ପୁଲିସ ପକ୍ଷରୁ ଷ୍ଟେଟମେଣ୍ଟ ରେକର୍ଡ କରାଯାଉଛି । ଏହି ଠକେଇ ମାମଲାର ଅଧିକ ତଦନ୍ତ ଜାରି କରୁଛି ପୋଲିସ ।

Leave A Reply

Your email address will not be published.