ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଲାୟନ୍ସ କ୍ଲବ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ଅବସରରେ ମାତୃଛାୟା ଠାରେ ସଫଳତାର ସହ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଲାୟନ୍ ଡାକ୍ତର ପ୍ରବୀଣ ଅଗ୍ରୱାଲଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଏକ ମେଗା ସ୍ୱାସ୍ଥ୍ୟ, ମଧୁମେହ ଏବଂ ଚକ୍ଷୁ ଯାଞ୍ଚ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା । ଏହି ଶିବିର ପରିଚାଳନାରେ ଡା. ରାକେଶ ଗୋୟଲ, ଲାୟନ୍ ଡା. ସୁଶିଲ କର, ଲାୟନ୍ ଡା. ନିଶାନ୍ତ ଦେବତା ଏବଂ ଲାୟନ୍ ଚକ୍ଷୁ ଡାକ୍ତରଖାନାର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ପାର୍ଶ୍ୱରେ ଲାୟନ୍ସ୍ କ୍ଲବ ସଦସ୍ୟ ମାନେ ଔଷଧ ବିତରଣ କରିଥିଲେ ଏବଂ ଗାଁର ବରିଷ୍ଠ ନାଗରିକଙ୍କୁ ଉପହାର ବଣ୍ଟନ କରାଯାଇଥିଲା । ଉପହାର ଗୁଡ଼ିକ ଲାୟନ୍ ଡା. ପ୍ରବୀଣ ଅଗ୍ରୱାଲ, ଲାୟନ୍ ଆକାଶ ଅଗ୍ରୱାଲ ଓ ଲାୟନ୍ ଅନୀତା ଲାଠ ପ୍ରଦାନ କରିଥିଲେ । ଆଶ୍ରମ ଅନ୍ତେବାସୀଙ୍କ ପକ୍ଷରୁ ଲାୟନ୍ ସୁବାଷ ଅଗ୍ରୱାଲ, ଲାୟନ୍ ଏନ୍. ପି. ସିଂହଲ, ଲାୟନ୍ ରଞ୍ଜୁ ସିଂହଲ, ଲାୟନ୍ ସୋହନ ଲାଠଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ସମସ୍ତ କାର୍ଯ୍ୟ ପ୍ରକଳ୍ପ ସଂଯୋଜକ ଏବଂ ଡାକ୍ତର ମାନଙ୍କ ଚମତ୍କାର ସମନ୍ଵୟ ପାଇଁ ଏହି କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟରେ ସଭାନେତ୍ରୀ ଅନିତା ଲାଠ ଓ କ୍ଲବର ସଦସ୍ୟ ସୁବାଷ ଅଗ୍ରୱାଲ, ଏନ୍. ପି. ସିଂହଲ, ରଞ୍ଜୁ ସିଂହଲ, ସୋହନ ଲାଠ, ଡ.ଗୀତା କର, ପ୍ରବୀଣ ଜୈନ, ମଞ୍ଜୁ ଜୈନ, ଅନିଲ ଅଗ୍ରୱାଲ, ରବି ଅଗ୍ରୱାଲ, ସନ୍ତୋଷ ସାୱଡ଼ିଆ, ଅଖିଳ ଅଗ୍ରୱାଲଙ୍କ ସହଯୋଗ କରିଥିଲେ ।
Next Post