oom

ଟିଟିଲାଗଡ଼ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଚକ୍ଷୁ ଦିବସ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ ଚକ୍ଷୁ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ଟିଟିଲାଗଡ଼ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ତରଫରୁ ସକାଳୁ ଏକ ଚକ୍ଷୁ ସଚେତନତା ରେଲି ବାହାରି ସହର ପରିକ୍ରମା କରି ଲୋକଙ୍କୁ ନିଜ ଚକ୍ଷୁର କିପରି ଯତ୍ନ ନେବେ ସେ ଦିଗରେ ସଚେତନ କରାଇବା ସହ ଜନ ସାଧାରଣଙ୍କୁ ଲିଫଲେଟ ବଣ୍ଟନ କରିଥିଲେ। ଏହା ପରେ ସ୍ଥାନୀୟ ପିପଲ ପଦର ସ୍ଥିତ ଏସସିଡ଼ି ଚକ୍ଷୁ ଚିକିତ୍ସାଳୟ ଠାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରବନ୍ଧ ପ୍ରତିଯୋଗିତାର ବିଷୟ ଥିଲା କର୍ମକ୍ଷେତ୍ରରେ ଆଖିକୁ ଭଲପାଅ । ଏହି ଅବସରରେ ଏସସିଡ଼ି ଦ୍ଵାରା ନିମ୍ନ ଲିଖିତ କାର୍ଯ୍ୟମାନ କରାଯାଇଥିଲା, ଜନସାଧାରଣଙ୍କ ଚକ୍ଷୁ ପରୀକ୍ଷା, ମୋତିଆ ବିନ୍ଦୁ ଅସ୍ତ୍ରୋପଚାର, ବିଭିନ୍ନ ଚକ୍ଷୁ ସମ୍ବନ୍ଧୀୟ ପରୀକ୍ଷଣ, ଅସ୍ତ୍ରୋପଚାର ସରିବା ପରେ ଚଷମା ବଣ୍ଟନ ଭଳି କାର୍ଯ୍ୟକ୍ରମ । ଏହି ଦିବସ ପାଳନ ଅବସରରେ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ସମ୍ପାଦକ ଶ୍ରୀମତୀ ଅଞ୍ଜଳି ବେହେରା, ପ୍ରୋଜେକ୍ଟ ଡାଇରେକ୍ଟର ଏମ୍‌ଏମ୍‌ ଦାସ ଏବଂ ପ୍ରୋଜେକ୍ଟ କୋର୍ଡିନେଟର୍‌ ଅମିତାଭ ବେହେରା, କୋଷାଧ୍ୟକ୍ଷ ତାପସ ମହାରଣା, ସିନିୟର ଟେକ୍ନିସିଆନ ପରେଶ ବାଗ, ପ୍ରଦୀପ ଯୋଶୀ, ପ୍ରାଣ ରଞ୍ଜନ ସାଗର, ସୁମୀତ ପ୍ରଧାନଙ୍କ ସମେତ ସମସ୍ତ ଷ୍ଟାଫ ଏବଂ ଲାୟନ୍ସ କ୍ଲବର ସମ୍ପାଦକ ଅଜିତ ପାତ୍ର, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ୍ ବିନାୟକ ଦାସ, ଆନନ୍ଦ ଜୈନ, ଆକାଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ । ଲାୟନ୍ସ କ୍ଲବ ତରଫରୁ ଶୋଭାଯାତ୍ରା ସମୟରେ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.