ଚକ୍ଷୁଦାନ ମହତଦାନ : ମୃତ୍ୟୁପରେ ଧର୍ମପରାୟଣା ବୃଦ୍ଧା ମାନସୀ ପଟ୍ଟନାୟକଙ୍କ ଚକ୍ଷୁଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାରାକ୍ ସାହିସ୍ଥ ଓକିଲ ସ୍ୱର୍ଗତ ଅଭିରାମ ପଟ୍ଟନାୟକଙ୍କ ସହଧର୍ମିଣୀ ଧର୍ମପରାୟଣା ମାନସୀ ପଟ୍ଟନାୟକ (୮୫)ଙ୍କର ଗତ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟଶଯ୍ୟା ନିକଟରେ ପୁତ୍ର, ବଧୂ, ଝିଅ, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ମାଆଙ୍କ ସର୍ତ୍ତ ଅନୁସାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କର ମୂଲ୍ୟବାନ ଚକ୍ଷୁ ଦୁଇଟି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତଥା ହସ୍ପିଟାଲକୁ ଚକ୍ଷୁଦାନ କରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ହେତୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସାଂଗକୁ ତାଙ୍କ ସ୍ମୃତିପ୍ରତି ସଦ୍‌ଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନ୍ୟପକ୍ଷରେ ତାଙ୍କର ଯୋଗ୍ୟତମ ପୁତ୍ର ବିଶ୍ଵଜିତ ପଟ୍ଟନାୟକ ଗଣମାଧ୍ୟମକୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ’ ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଯେ କୌଣସି ବି ପ୍ରତିଟି ଲୋକ ଚକ୍ଷୁଦାନ କଲେ, ଆମଦେଶର ଅନ୍ଧତ୍ୱ ଦୂରୀକରଣ ହୋଇଯିବ । ଆମ ସମାଜରେ ଅନେକ ଅନ୍ଧଲୋକ ଦୃଷ୍ଟି-ଆଲୋକ ପାଇ ଅହେତୁକ ଉପକୃତ ହୋଇପାରିବେ । ଏଥିପାଇଁ ଆମର ଜନସମାଜକୁ ସଚେତନତାର ବାର୍ତ୍ତା ବହନ କରୁ । ଆଗାମୀ ଦିନରେ ଆମ ପରିବାର ଏଭଳି ଜନସଚେତନତା ଜାରି ରଖିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସର୍ବୋପରି ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡ଼ା. ସୂର୍ଯ୍ୟକୀରଣ ପଟ୍ଟନାୟକ, ଡ଼ା.ପ୍ରଜ୍ଞା ପଣ୍ଡା ତାଙ୍କ ପରିବାରକୁ ଏ ଦିଗରେ ପ୍ରେରଣା ଦେଇଥିବା କଥା ଏଠାରେ ସ୍ୱଷ୍ଟ କରାଯାଇଛି ।

jittmm
Leave A Reply

Your email address will not be published.