centurian jitm

ଧୁମ୍‌ଧାମ୍‌ରେ ଶୁଭାରମ୍ଭ ହେଲା ଚଇତି – ୨୦୨୪

nschool
  • “ସୌରା ଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମରିଚଗୁଡା ଠାରେ ଚଇତି – ୨୦୨୪ ଶୁଭାରମ୍ଭ ହୋଇଯାଇଛି । ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀମାନଙ୍କର ଭାଷାର ଉତ୍ପତି ସ୍ଥଳ ଓ ମୁଖ୍ୟ ଉପାସନା ପୀଠ ଅକ୍ଷର ଧାମ୍ ମନ୍ଦିରରେ ସ୍ଥାନୀୟ ପୂଜକଙ୍କ ଦ୍ୱାରା ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ରାୟଗଡ଼ା ଜିଲ୍ଲାର ୧୧ଗୋଟି ବ୍ଲକରୁ ୧୧ଟି କଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟ ଖିଲାମୁଣ୍ଡା ମା’ଙ୍କ ପାଖରେ ଏକତ୍ରିତ ହୋଇ ଏକ ହଜାରରୁ ଅଧିକ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଏଥିରେ ଖମାପଦର ନାଳରୁ ପୂର୍ଣ୍ଣ ଜଳ ଆଣି କଳସ ଯାତ୍ରା କରାଯାଇଥିଲା ଏବଂ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ଷର ଧାମରୁ ଆଜ୍ଞାମାଳ ଆଣି ବିଏନ୍‌ ହାଇସ୍କୁଲ ପଡିଆରେ ରଖାଯାଇଥିଲା । ସେଠାରେ ଆଖପାଖ ବିଭନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ କଳାକାର ସାମିଲ ହୋଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ସମ୍ମାନିତ ଅତିଥି ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା, ବିଷମ କଟକ ବିଧାୟକ ନୀଳମାଧବ ହିକକା, ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ରାୟଗଡ଼ା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡି, ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରନ ଦୀପ କୌର ସହୋତା, ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବ୍ଲକସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ. ଦୟାନିଧି ବାଗ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଗିରିଧାରୀ ଗମାଙ୍ଗ, ରାମନାଗୁଡ଼ା ସମିତି ଅଧ୍ୟକ୍ଷ, ରବିଶଙ୍କର ଗମାଙ୍ଗ, ଚନ୍ଦ୍ରପୁର ବ୍ଲକର ଅଧ୍ୟକ୍ଷ କୈନ କିମ୍ଵାକା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଗୁଣପୁର ବ୍ଲକ ପୌର ଉପାଧ୍ୟକ୍ଷ ଶିବନାରାୟଣ ଗୌଡ଼, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ରାୟଗଡ ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷାଙ୍କ ସହ ଅନ୍ୟ ବ୍ଲକର ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟସଭ୍ୟା, ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତରେ ବ୍ଲକସ୍ତରୀୟ ଚଇତି ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଇତି ରଥ ଉଦ୍‌ଘାଟନ ଓ ଚଇତି ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.