
ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ ବୋଲେରୋ ପିକ୍ଅପ୍ ସହ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଥିବା ଜଣାପଇଛି । ସୂଚନା ଅନୁସାରେ ବେଆଇନ ମହୁଲ ଫୁଲ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ପାଇ ଚଢ଼ାଉ କରିଥିଲେ । ଏହି ଅବସରରେ ଚାଲାଣ ହେଉଥିବା ବୋଲେରୋ ପିକ୍ଅପ୍ ନମ୍ବର (ଓଡି୧୭ଏଚ୍୯୮୮୬) ସହ ୧୫ କ୍ୱିଣ୍ଟାଲ ମହୁଲ ଜବତ କରିଥିବା ବେଳେ ଚାଲାଣ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଅଭି ରଣା ଓ ଦହିତା ଗ୍ରାମର ନରେନ୍ଦ୍ର ମେହେରଙ୍କୁ ଗିରଫ କରାଯାଇଥିବା ପାଟଣାଗଡ ଅବକାରୀ ଥାନା ଅଧିକାରୀ ସତ୍ୟନାରାୟଣ ଦାସ ପ୍ରକାଶ କରିଛନ୍ତି । ଚଢାଉ ସମୟରେ ପାଟଣାଗଡ, କଣ୍ଟାବାଞ୍ଜି ଓ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ, କର୍ମଚାରୀ ସାମିଲ ଥିଲେ । ଏନେଇ ପାଟଣାଗଡ ଅବକାରୀ ଥାନା ପି ଆର କେସ୍ ନଂ ୯୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଜଣାଯାଇଛି ।