
ବଲାଙ୍ଗିର : ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠଗଣ୍ଡି ଜବତ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡ଼ିଏଫ୍ଓ ନିତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସାଲେଭଟା ଫରେଷ୍ଟର ଚିତ୍ତରଞ୍ଜନ ଖମାରୀଙ୍କ ନେତୃତ୍ୱରେ ବଲାଙ୍ଗିର ଫରେଷ୍ଟ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଚଢ଼ଉ କରାଯାଇ ଘଟଣାସ୍ଥଳରୁ ଶାଗୁଆନ, ଶିଶୁ ଓ ଲିମ୍ବ ସମେତ ବିଭିନ୍ନ ପ୍ରଜାତିର ପ୍ରାୟ ୩୦ଟି ମୂଲ୍ୟବାନ କାଠଗଣ୍ଡି ଜବତ କରାଯାଇଥିବା ବେଳେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।