ଭାପୁର ପୋଲିସର ଚଢ଼ାଉରେ ୬୬ ହଜାର ଲିଟର ମଦ ପୋଚ ନଷ୍ଟ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭାପୁର ପୋଲିସର ଚଢ଼ାଉରେ କଦମ୍ବ ବେରେଣୀ ଗ୍ରାମରୁ ୬୬ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି କଦମ୍ବ ବେରେଣୀ ଗ୍ରାମରେ ଦେଶୀ ମଦ ତିଆରି ହେଉଥିବା ଖବର ମିଳିଥିଲା । ଖବର ପାଇ ଢେଙ୍କାନାଳ ସଦର ପୋଲିସ ଓ ଭାପୁର ଫାଣ୍ଡିର ବଡ଼ବାବୁ ପ୍ରଦୀପ କୁମାର ନାୟକଙ୍କ ଦ୍ୱାରା ଅଚାନକ ଚଢ଼ାଉ କରାଯାଇଥିଲା । ସେଠାରୁ ମଦ ରନ୍ଧାଳୀ ପୋଲିସକୁ ଦେଖି ସ୍ଥାନ ଛାଡି ଅଚାନକ ପଳାଇଯାଇଥିଲେ । ଘଟଣା ସ୍ଥଳରୁ ୬୬ ହଜାର ଲିଟର ମଦ ପୋଚ ପୋଲିସ ଦ୍ୱାରା ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.