ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ

  • ଦଶ ହଜାର କେ.ଜି ମହୁଲ ପୋଚ ସହ ୧୫୦ ଲିଟର ଦେଶୀ ମଦ ନଷ୍ଟ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ସୀମାନ୍ତ ଇଲାକା ତୁମୁରିଖୋଲ ଜଙ୍ଗଲ ମଧ୍ୟରୁ ଦୁର୍ବୃତ୍‌ତ୍ତ ମାନେ ଦେଶୀ ମଦ ରନ୍ଧନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିବା ସୂଚନା ମିଳିଛି । ବିଭାଗ ସୂତ୍ରରୁ ପ୍ରକାଶ ଯେ, ତୁମୁରିଖୋଲ ଝରଣା ପାର୍ଶ୍ଵରେ ଦୁର୍ବୃତ୍‌ତ୍ତମାନେ ଏକ ବଡ଼ ଧରଣର ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅତର୍କିତ ଭାବରେ ଚଢ଼ାଉ କରି ଦଶ ହଜାର କେ.ଜି ମହୁଲ ପୋଚ ସହ ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଥିବା ସୁଚନା ମିଳିଛି । ଚଢ଼ାଉର ସୁଚନା ପାଇ ସମସ୍ତ ଦୁର୍ବୃତ୍‌ତ୍ତ ଚମ୍ପଟ ମାରିଥିବା ସୁଚନାରୁ ପ୍ରକାଶ । ଏହି ଚଢାଉରେ ଧର୍ମଗଡ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ ନେତୃତ୍ଵ ନେଇଥିବା ବେଳେ ଜୟପାଟଣା ଭାରପ୍ରାପ୍ତ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, କୋକସରା ଅଧିକାରୀ ଗୁପ୍ତେଶ୍ୱର ପଟେଲ, ଜିଲ୍ଲା ମୋବାଇଲ୍ ଟିମ୍‌ର ସତ୍ୟନାରାୟଣ ପ୍ରଧାନ, କର୍ମଚାରୀ ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଣା ମାଝୀ, ମହାଦେବ ମାଝୀ, ଭାନୁଚନ୍ଦ୍ର ମାଝୀ, ରବି ନାଗ, ଶ୍ରୀକାନ୍ତ ଠାକୁର୍, ଦୀପ୍ତି ରଞ୍ଜନ ସାହୁ, କୀର୍ତ୍ତି ଜେନା ପ୍ରମୁଖ ସାମିଲ ହୋଇଥିଲେ । ଗତ ଚଉଦ ତାରିଖରେ ଏହି ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ ହୋଇଥିବା ବେଳେ ଏଥିରେ ଆନ୍ତଃଜିଲ୍ଲା ରାକେଟ ସାମିଲ ରହିଛି ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.