ଟିଟିଲାଗଡ, (ସଂଜୟ କୁମାର ନାୟକ) : ବିସ୍ଫୋରକ ପଦାର୍ଥ ରଖିଥିବା ଅଭିଯୋଗରେ ଟିଟିଲାଗଡ ପୋଲିସ ଚଢ଼ାଉ କରି ଜଣକୁ ଗିରଫ କରିଥିବା ସୂଚନା ରହଛି । ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସ୍ଆଇ ତାରାବତୀ କିଷାନଙ୍କ ନେତୃତ୍ୱରେ ଟିଟିଲାଗଡ ନିକଟସ୍ଥ ରାନାବନ୍ଧ ଗ୍ରାମର ବୃଷଭ ବେହେରାଙ୍କ ଚାଷ ଜମି ଭିତରେ ଥିବା ଅବୈଧ ଭାବେ ସଞ୍ଚିତ ବିସ୍ଫୋରକ ସାମଗ୍ରୀ ଓ ଏଥିପାଇଁ ବ୍ୟବହୃତ ଗୋଟିଏ ଟ୍ରାକ୍ଟର ଜବତ କରିଛି ଟିଟିଲାଗଡ଼ ପୋଲିସ । ଅଭିଯୁକ୍ତ ବିସ୍ଫୋରକ ସଞ୍ଚୟ ପାଇଁ କୌଣସି ଲାଇସେନ୍ସ କିମ୍ବା ଅନୁମତି ପତ୍ର ଦେଖାଇ ନପାରିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନାଧିକାରୀ ମନୋଜ କୁମାର ମୁଣ୍ଡା । ତେବେ ଜବତ ସାମଗ୍ରୀ ଗୁଡ଼ିକ ହେଲା ଗୋଟିଏ ଏଚ୍ଏମ୍ଟି ଟ୍ରାକ୍ଟର ସହ ଆକାଶୀ ରଙ୍ଗର ପୁରୁଣା କମ୍ପ୍ରେସର ମେସିନ୍, ୦୭ଟି ଲୋହାର ଡ୍ରିଲ୍ ରଡ୍,୧ଟି ବେୟାରିଂ ବିଟ୍, ୧୧ଟି ଜେଲାଟିନ୍ ଜେଲ୍ ଷ୍ଟିକ୍, ୨ ମିଟର ଲାଲ୍ ରଙ୍ଗର ଡିଟୋନେଟିଂ ତାର, ୧ଟି ସିଲ୍ ଥିବା ପ୍ଲାଷ୍ଟିକ ବ୍ୟାଗ୍, ଯାହାରେ ୦୩ କେଜି ଅମୋନିୟମ ନାଇଟ୍ରେଟ୍ ରହିଥିଲା,୦୨ଟି ଇଲେକ୍ଟ୍ରିକ୍ ତାର ସହିତ ଡିଟୋନେଟର, ୧ଟି କଳା ରଙ୍ଗର ରେଡ୍ମି ମୋବାଇଲ୍ ଫୋନ୍ ଓ ଅଭିଯୁକ୍ତଙ୍କ ଆଧାର କାର୍ଡ । ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି ।
Prev Post