ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଲା : ୯୯.୦୪% ପାସ ହାର

ନୂଆଦିଲ୍ଲୀ : ଆଜି ଦିନ ୧୨ଟାରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଛାତ୍ରଛାତ୍ରୀ cbseresults.nic.in ଓ cbse.gov.inରେ ଲଗ୍ ଇନ୍ କରି ନିଜ ପରୀକ୍ଷାଫଳ ଜାଣି ପାରୁଛନ୍ତି । ଚଳିତ ବର୍ଷ ସିବିଏସଇ ଦଶମରେ ପାସ ହାର ୯୯.୦୪ ପ୍ରତିଶତ ରହିଥିବା ବେଳେ ପିଲାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ଚଳିତ ବର୍ଷ ଛାତ୍ରଙ୍କ ପାସ ହାର ୯୮.୮୯ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ ହାର ରହିଛି ୯୯.୨୪ ପ୍ରତିଶତ । ୫୭ ହଜାରରୁ ଅଧିକ ଛାତ୍ରଛାତ୍ପୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୯୦ରୁ ୯୫ ପ୍ରତିଶତ ଭିତରେ ମାର୍କ ରଖିଛନ୍ତି ।

Leave A Reply

Your email address will not be published.