ବିସ୍ମୟ : ଚତୁର୍ଦ୍ଧା ମୂର୍ତ୍ତି କାର୍‌ରେ ଗଲେ ମାଉସୀ ଘରକୁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁରଙ୍କୁ ଯାନ୍ତ୍ରିକ ଯାନ କାରରେ ନେଇ ଗଲେ ମାଉସୀ ମା’ ଘର ଅଥବା ଗୁଣ୍ଡିଚା ଘର ଆଡ଼ପ ମଣ୍ଡପକୁ । ଘଟଣାଟି ଘଟିଛି ବାଲେଶ୍ୱର ସହର ପୋଲିସ ଲାଇନ ଛକସ୍ଥିତ ଜଗନ୍ନାଥ ମନ୍ଦିରରେ । ଏ ବିଷୟ ସୋସିଆଲ ମିଡିଆରେ ବି ଭାଇରଲ ହୋଇଛି । ମନ୍ଦିରରେ ରଥଯାତ୍ରାର ରୀତିନୀତି ଅନୁଷ୍ଠିତ ସାଂଗକୁ କାରରେ ନେଇଥିଲେ ଚତୁର୍ଦ୍ଧା ଦିଅଁଙ୍କୁ ନାନା ଘଣ୍ଟ ଧ୍ଵନିରେ ବଜାଇ ନେଇଥିଲେ ଆଡ଼ପ ଘରକୁ, ଏ ବିଷୟ ଜାଣିବା ପରେ ଅନେକ ଜଗନ୍ନାଥ ପ୍ରେମୀଙ୍କୁ ଯେତିକି ଚକିତ କରିଛି ସେତିକି ବିସ୍ମୟ ସୃଷ୍ଟି କରିଛି । ପ୍ରକାଶ ଥାଉକି, ଏ ବର୍ଷ ରଥଯାତ୍ରା ଅନୁମତି ନଥିବାରୁ ଜଗନ୍ନାଥ, ବଳଭଦ୍ର ଓ ମା’ସୁଭଦ୍ରାଙ୍କୁ ଏକ କାର ଯୋଗେ ଷ୍ଟେସନ ଛକସ୍ଥିତ ମାଉସୀ ମା’ ମନ୍ଦିର ଅଥବା ଆଡ଼ପ ଘରକୁ ଶ୍ରୀଜୀଉଙ୍କୁ ନେଇଥିଲେ ସେଠାକାର ଶ୍ରଦ୍ଧାଳୁ । ଉକ୍ତ ମନ୍ଦିର କମିଟୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତିବାଦ ପ୍ରଥାର ମହତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀଗଣଙ୍କୁ ଅନେକ ବିସ୍ମିତ କରିଛି ।

Leave A Reply

Your email address will not be published.