ଘରକୁ ପଶିଲା କାର୍‌

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା- କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥ ଲୁହୁରାପାଲି ଗ୍ରାମଠାରେ ଏକ କାର୍‌ (ଓଡି୦୩ଆର୍‌ ୩୦୦୦) ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଡ୍ରେନ୍‌ ଡେଇଁ ଏକ ଘର ଭିତରକୁ ପଶିଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଗୃହକର୍ତ୍ତା ଶବ୍ଦ ବଗର୍ତ୍ତି ଓ ଅଲେଖ ବଗର୍ତ୍ତିଙ୍କ ପରିବାର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗାଡିରେ ଥିବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । କାର୍‌ଟି ଦୃତଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.