ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧୀୟ ଗଛର ଗୋଟିଏ ବର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧିୟୀ ଗଛର ବଗିଚା ଦେଖିବାକୁ ମିଳିଛି । ମନ୍ଦିର ଠାରୁ ଅନତି ଦୂରରେ ଥିବା ୫ ଏକର ଜମିରେ ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପ୍ରଚେଷ୍ଟାରେ ଏହି ବଗିଚାରେ ୧୨୨ ପ୍ରକାର ଔଷଧୀୟ ଗଛ ରୋପଣ କରି ବର୍ତ୍ତମାନ ତାର ଯତ୍ନ ନିଆଯାଉଛି । ଏହି ବଗିଚାରେ ତେଜରାଜ, ଘୃତକୁମାରୀ, ମଧୁ ନାଶିକା, ଅଗସ୍ତି, ଅନ୍ନପୂର୍ଣ୍ଣ, ଭୃଙ୍ଗରାଜ ବିଭିନ୍ନ ଔଷଧୀୟ ଗଛ ଦେଖିବାକୁ ମିଳିଛି । ଭବିଷ୍ୟତରେ ଏହି ଔଷଧୀୟ ଗଛ ଦ୍ୱାରା ଜନସାଧାରଣ ଉପକୃତ ହେବେ ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଆଗାମୀ ଦିନରେ କିପରି ୨୨ ଶହ ଔଷଧୀୟ ଗୁଳ୍ମଜାତୀୟ ଗଛ ଏହି ବଗିଚାରେ ଲଗାଯାଇପାରିବ ସେଥିପ୍ରତି ମଧ୍ୟ ଚେଷ୍ଟିତ ବୋଲି ଶ୍ରୀ ପ୍ରଧାନ କହିବା ସହ ଆୟୁର୍ବେଦ କଲେଜ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବଗିଚାକୁ ଆସି ଔଷଧ ଗଛ ଗୁଡ଼ିକୁ ଚିହ୍ନିପାରିବେ । କେଉଁ ରୋଗ ପାଇଁ କେଉଁ ଔଷଧ ବୃକ୍ଷର ବ୍ୟବହାର କରିବାକୁ ହେବ ସେନେଇ ମଧ୍ୟ ଜ୍ଞାନ ଆହରଣ କରିପାରିବେ ବୋଲି ସେ କହିଛନ୍ତି । ଲୁପ୍ତପ୍ରାୟ ଔଷଧିୟ ବୃକ୍ଷର ପୁନଃ ଉଦ୍ଧାର ପାଇଁ ଏହି ବଗିଚା ସମସ୍ତଙ୍କ ପାଇଁ ସହାୟକ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.