ମା’ ଭୈରବୀ ବସ କର୍ମଚାରୀ ସଂଘର ବଦାନ୍ୟତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମା’ ଭୈରବୀ ବସ ଚାଳକ ସଂଘ ତାର ବଦାନ୍ୟତା ବଜାୟ ରଖିଛି । ବିଭିନ୍ନ ସମୟରେ ଅସୁବିଧାକୁ ସାମ୍ନା କରୁଥିବା ବସ କର୍ମଚାରୀଙ୍କୁ ସହାୟତାର ହାତ ବଢାଉଛି । ଟ୍ରାଭେଲ୍ସ ନାମକ ଏକ ଘରୋଇ ବସର କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ରମେଶ ଡାକୁଆ (୫୫ବର୍ଷ)ଙ୍କ ଗତ ୨୦ ଦିନ ତଳେ ଅକାଳ ବିୟୋଗ ହୋଇଛି । ଫଳରେ ସଂଘର ସଂପାଦକ ଦିଲିପ କୁମାର ସାହୁଙ୍କ ନେତୃତ୍ଵରେ ଏକ ତିନି ଜଣିଆ ଟିମ୍‌ ସ୍ଵର୍ଗତ ଡାକୁଆଙ୍କ ଗ୍ରାମ ନୟାଗଡ଼ ଜିଲ୍ଲା ଇଟାମାଟୀ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମରେ ପହଞ୍ଚି ତାଙ୍କର ବିଧବା ପତ୍ନୀ ଓ ପରିବାରଙ୍କୁ ଆଶ୍ୱାସନା ଦେଇ ଆର୍ଥିକ ସହାୟତା ଓ ପରିବାର ଚଳଣୀ ପାଇଁ ଡାଲି ଚାଉଳ ସହିତ ବସ୍ତ୍ର ପ୍ରଦାନ କରିଥିଲେ । ଉକ୍ତ ଟିମ୍‌ରେ ସଂପାଦକ ଶ୍ରୀ ସାହୁଙ୍କ ସହିତ ସଂଘ ଉପସଭାପତି ସରୋଜ ନାଏକ ଏବଂ ସଦସ୍ୟ ରଂଜନ ମହାପାତ୍ର ସାମିଲ ଥିଲେ । ସଂଘର ଏପରି କାର୍ଯ୍ୟକୁ ଅନ୍ୟ ସାଧାରଣରେ ପ୍ରଂଶସା କରିଛନ୍ତି ।

Leave A Reply

Your email address will not be published.