oom

ମମିତାଙ୍କ ହତ୍ୟାକାରୀଙ୍କୁ ଫାଶୀ ଓ ପରିବାର ବଗର୍ଗଙ୍କୁ ନ୍ୟାୟ ଦାବୀ ନେଇ ଭୁଲିଆ ସମାଜର ଦାବୀପତ୍ର

jsmm

କଂଟାବାଂଜି, (ମନିଷ କୁମାର ହଂସ) : କଲାହାଣ୍ଡି ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡି ସହ ଅନ୍ୟ ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ସହ ପରିବାର ବର୍ଗକୁ ଉଚିତ ନ୍ୟାୟ ମିଳିବା ନେଇ ଆଜି ଦିନ ଭୁଲିଆ ସମାଜ ଦ୍ୱାରା ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝିଙ୍କୁ ଏକ ଦାବୀପତ୍ର ଦେଇଛନ୍ତି । ସ୍ଥାନୀୟ ରାମ ମଂଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ ଅଫିସକୁ ପହଂଚିଥିଲେ । ଶୋଭାଯାତ୍ରା ବେଳେ ହତ୍ୟାକାରୀ ଗୋବିନ୍ଦୁ ସାହୁ, ରାଧେଶ୍ୟାମ ଚଣ୍ଡି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ସହ ଏହି ଘଟଣାରେ ସଂପୃକ୍ତି ଥିବା ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହିତ ନିରପେକ୍ଷ ତଦନ୍ତ ଦାବୀ କରିଛି ଭୁଲିଆ ସମାଜ । ଦାବୀ ପତ୍ରରେ ମମିତାର ହତ୍ୟାକାଣ୍ଡର କ୍ଷତି ପୁରଣ ବାବଦକୁ ପରିବାରକୁ ୨ କୋଟି ଆର୍ଥିକ ସହାୟତା, ମମିତାର ଭାଇକୁ ଏକ ସରକାରୀ ଚାକିରୀ ଦେବା ପାଇଁ ଦାବୀରେ ଜଣାଇଛନ୍ତି । ଏହି ଶୋଭାଯାତ୍ରାରେ ଭୁଲିଆ ସମାଜ କଂଟାବାଂଜି ସଭାପତି ଯୁବରାଜ ମେହେର, ହୃଷିକେଶ ମେହେର, ନରେନ୍ଦ୍ର ମେହେର ସହା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକର ଶତାଧିକ ପୁରୁଷ ମହିଳା ଭୁଲିଆ ସମାଜ କର୍ମକର୍ତା ସାମିଲ ଥିଲେ ।

jittmm
Leave A Reply

Your email address will not be published.