jayashree

ସମୁଦ୍ରରେ ବୁଡ଼ି ୧ ମୃତ୍ୟୁ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଉପାନ୍ତ ଉଦୟପୁର ବେଳାଭୂମି ସମୁଦ୍ରରେ ସ୍ନାନ କରିବାକୁ ଯାଇ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ସାଂକୋ ଥାନା ମେଛୁଆ ବଜାର ଅଞ୍ଚଳର ୬୦ ବର୍ଷୀୟ ଉମେଶ ପ୍ରସାଦ । ସୂଚନା ମୁତାବକ ଉମେଶ ତାଙ୍କର ତିନି ଜଣ ବନ୍ଧୁ ଶିବ ଶଙ୍କର ପ୍ରସାଦ, ବିଜୟ କୁମାର ଗୁପ୍ତା ଓ କାର୍ତ୍ତିକ ସାହାଙ୍କ ସହିତ ଦୀଘା ବୁଲିବାକୁ ଆସିଥିଲେ । ରବିବାର ମଧ୍ୟାହ୍ନରେ ଓଡ଼ିଶାର ଉଦୟପୁର ବେଳାଭୂମି ସମୁଦ୍ରକୁ ସ୍ନାନ କରିବାକୁ ଓହ୍ଲାଇ ଥିଲେ । କିଛି ସମୟ ବନ୍ଧୁ ମାନଙ୍କ ଗହଣରେ ସମୁଦ୍ରରେ ସ୍ନାନ କରିବା ପରେ ଉମେଶ ପ୍ରସାଦ ହଠାତ୍ ଚେତାଶୂନ୍ୟ ହୋଇ ଆଣ୍ଠୁଏ ପାଣିରେ ପଡ଼ି ଯାଇଥିଲେ । ଉମେଶ ପାଣିରେ ପଡ଼ିଯିବା ଦେଖି ଅନ୍ୟ ତିନି ବନ୍ଧୁ ତାଙ୍କୁ ପାଣିରୁ ଉଦ୍ଧାର କରି ଚେତାଶୂନ୍ୟ ଅବସ୍ଥାରେ ଦୀଘା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.