oum

ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ଶ୍ରାଦ୍ଧୋତ୍ସବ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିଲନ ମଣ୍ଡପଠାରେ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଭଗବାନ ମିଶ୍ର ସ୍ମୃତି କମିଟି ଦ୍ୱରା ଆୟୋଜିତ ସଭାରେ ସଭାପତି ପ୍ରୀତମ ସିଂ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ବରଗଡ଼ ମାଟି ପୂଜ୍ୟପୂଜାର ଜିଲ୍ଲା ଅଟେ । ଏ ମାଟି ଅନେକ ବୀର ସନ୍ତାନକୁ ଜନ୍ମ ଦେଇଛି । ସେମାନଙ୍କୁ ସମ୍ମାନ ମଧ୍ୟ ଦେଇ ଆସୁଛି, ସେହି ସମ୍ମାନସ୍ପଦଙ୍କ ମଧ୍ୟରେ ବୁଦ୍ଧଦେବ ପ୍ରଧାନ ଅନ୍ୟତମ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଥିବା ଯାଏ ସବୁବେଳେ ସେ ଜନମାନସପଟରେ ଅମର ହୋଇ ରହିଥିବେ ବୋଲି ସଭାରେ ଉପସ୍ଥିତ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଭାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଫେସର୍ ଅମରେନ୍ଦ୍ର ନାରାୟଣ ଯାଦବ, ଡଃ ଦ୍ବାରିକାନାଥ ନାଏକ, ଶିକ୍ଷାବିତ ପ୍ରତୁଳ ତ୍ରିପାଠୀ, ଅଭିନେତା ଜଗଦାନନ୍ଦ ମିଶ୍ର ପ୍ରମୁଖ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାରେ ଜଗଦାନନ୍ଦ ମିଶ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକକୁ ଅତିଥି ବୃନ୍ଦ ଲୋକାର୍ପିତ କରିଥିଲେ । ଏହି ଅବସରରେ ସଂଗୀତଜ୍ଞ ଖଗେଶ୍ୱର ମହାନନ୍ଦ, ମଞ୍ଚ ଅଭିନେତା ହରିଶ୍ଚନ୍ଦ୍ର ସାହୁ, ପାଲା ଗାୟିକା ଶ୍ରୀମତୀ ଭାଗ୍ୟଶ୍ରୀ ରାଉତଙ୍କୁ ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.