ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଦିବସ ନିରଡାମ୍ବର ଭାବରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁ ବିଦ୍ୟାଳୟ ପ୍ରବେଶ ଦ୍ୱାର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଥିଲେ । ନିଜ ବକ୍ତବ୍ୟରେ ସେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଅବଦାନ ବିଷୟରେ ଆଲୋଚନା କରିବା ସହ ବିଦ୍ୟାଳୟର ପ୍ରଗତି ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ତୁଷାର କାନ୍ତ ସାହୁ, ବାଳମୁକୁନ୍ଦ ବାରିକ, ତୁଲସୀରାମ ପାଣି, କେଦାରନାଥ ସାହୁ, ରୁକ୍ମିଣୀ ପଧାନ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.