oom

କଣ୍ଟାବାଞ୍ଜି ସହରର ପ୍ରଥମ ମହିଳା ବି.ଏସ୍‌.ଏଫ୍‌ ଯବାନକୁ ସମ୍ବର୍ଦ୍ଧିତ

jsmm

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସହରରେ ସ୍ଥିତ ନୂଆପଡା ବାସିନ୍ଧା ମଣିଆ ବେହେରାଙ୍କ କନିଷ୍ଠ ଝିଅ ଭୂମିସୁତା ବେହେରା ବି.ଏସ୍‌.ଏଫ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମଧ୍ୟବିତ ପରିବାରର ବାପା ମାଁଙ୍କ ଆଶୀର୍ବାଦରେ ଏହା ସମ୍ଭବ ବୋଲି ମଧ୍ୟ ଭୂମିସୁତା କହିଛନ୍ତି । ସହରର ପ୍ରଥମ ମହିଳା ଭାବରେ ସେ ଭାରତୀୟ ସୀମା ସୁରକ୍ଷା ବଳରେ ସେ ଯବାନ ଭାବରେ କାର୍ଯ୍ୟ କରିବେ । ଏନେଇ ପରୀକ୍ଷା ଫଳ ବାହାରିଲା ପରେ କଣ୍ଟାବାଞ୍ଜି ସ୍ୱେଚ୍ଛା ସେବୀ ସଂଘଠନର ସଭାପତି ଶାନ୍ତନୁ ବିଭାରଙ୍କ ନେତ୍ତୃତ୍ୱରେ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବତନ ସୈନିକ କାହ୍ନୁଚରଣ ମିଶ୍ର ମଧ୍ୟ ତାଙ୍କ ଘରକୁ ଯାଇ ମାନପତ୍ର ଦେବା ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ଭାରତ ମାଟିର ସେବା କରିବାର ସୁଯୋଗ ସମସ୍ତଙ୍କୁ ମିଳେନାହିଁ, ତେବେ ଏହି ଝିଅ ପ୍ରଥମ ମହିଳା ଭାବରେ କଣ୍ଟାବାଞ୍ଜି ସହରରେ ବି.ଏସ୍‌.ଏଫ ଯବାନ ଭାବରେ ପରୀକ୍ଷାରେ କୃତ କାର୍ଯ୍ୟ କରି ଥିବାରୁ ସହର ପାଇଁ ତଥା ସହରର ଯୁବ ଛାତ୍ରଛାତ୍ରୀ ପାଇଁ ଏହା ଏକ ପ୍ରେରଣା ବୋଲି ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି ।

jittmm
Leave A Reply

Your email address will not be published.