
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ଵ ଏବଂ ସ୍ଵଚ୍ଛତା ସମିତିର ରାଜ୍ୟ ବୃକ୍ଷ ରୋପଣ ସପ୍ତାହ ପାଳନ ଅବସରରେ ବରଗଡ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ ଆନୁକୂଲ୍ୟରେ ପାଇକମାଲ ବ୍ଲକ ସାମାଜିକ ସମୀକ୍ଷା ୟୁନିଟ୍ ତରଫରୁ ନୃସିଂହନାଥ, ଦୂର୍ଗାପାଲି ଶ୍ରୀ ଶ୍ରୀ ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ଅନୁପମା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ । ଗୋଷ୍ଠୀ ସାମାଜିକ ସମୀକ୍ଷକ ହରିହର ବରିହାଙ୍କ ତତ୍ଵାବଧାନରେ ଶ୍ରୀ ଶ୍ରୀ ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗ୍ରାମ୍ୟ ସାଧନ କର୍ମୀ ଦୁର୍ଗେସିନୀ ସ୍ଵାଇଁ, ସତ୍ୟବତୀ ମହାନନ୍ଦ, ବଳମତି ବରିହା, ପୂର୍ଣ୍ଣମୀ ବରିହା, ଉର୍ମିଲା ଛତର, କଳ୍ପନା ପଧାନ, ବବିତା ଦୀପ, କମଲା ବରିହା, ମଞ୍ଜୁରୀ ବରିହା, ବୈତରଣୀ ବେରିଆଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।