oom

ମା’ ସାହାଜୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଥିବା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଭାରତ ସରକାରଙ୍କ ଦ୍ଵାରା ଅନୁବନ୍ଧିତ ମା’ ସାହାଜି ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଜଗନ୍ନାଥ ବେହେରା ପ୍ରମୁଖ ଅତିଥି ଭାବେ ଦେଇ ପରିବେଶର ଉପକାରିତା ବିଷୟରେ ନିଜର ବକ୍ତବ୍ୟ ଦେଇଥିଲେ ଓ ସମସ୍ତେ ଗଛ ଲଗାଇବା ସହିତ ସୁରକ୍ଷିତ ରଖିବୁ ବୋଲି ଶପଥ ପାଠ କରିଥିଲେ । ବୃକ୍ଷ ହିଁ ଜୀବନ । ବୃକ୍ଷକୁ କେମିତି ସବୁ ବର୍ଷ ରୋପଣ କରି ଯତ୍ନ ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂଯୋଜକ ପୃଥିରାଜ ବାଗ, ସୁନୀଲ କୁମାର ବିଶି, ବିଶ୍ୱଜିତ ହଂସ, ଅଭିଷେକ ହଂସ, ନରଫଳ ହଂସ, ଅମୀର ହଂସ, ଚିନ୍ତା ହଂସ, ଅମରଯଶ ହଂସ, କର୍ଣ୍ଣ ହଂସଙ୍କ ସହ ମା’ ସାହାଜୀ ଯୁବକ ସଂଘର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.