ଲୋଇସିଂହା ବ୍ଲକ ବିଜେଡି ପକ୍ଷରୁ ବୃକ୍ଷ ରୋପଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଲୋଇସିଂହା ବ୍ଲକ ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ବିଜେଡି ବ୍ଲକ ସଭାପତି ହୃଡାନନ୍ଦ ବେହେରାଙ୍କ ସଭାପତିତ୍ୱରେ ୩ଟି ପଞ୍ଚାୟତର ଯଥା ବୁଢ଼ୀପଦର, ବାଦିବାହାଲ ଓ ଯୋଗିସୁର୍ଡା ପଞ୍ଚାୟତର ହାଇସ୍କୁଲ ଓ ଖେଳପଡିଆମାନଙ୍କ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବରେ ଲୋଇସିଂଙ୍ଗା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ୩୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା, ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତା, ବୁଢ଼ୀପଦର ସରପଞ୍ଚ ଲଷ୍ମୀ ପଧାନ, ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ, ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣା, ପୂର୍ବତନ ବ୍ଲକ ସଭାପତି ସୁଶାନ୍ତ ମିଶ୍ର, ହେମାଲ ବିଶ୍ୱାଳ, ପ୍ରବୀଣ ତ୍ରିପାଠୀ, ରଞ୍ଜନ କାଲସାଏ, ସମାଜ ସେବି ଡଲି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଲୋଇସିଂହା ବ୍ଲକର ବିଜୁ ଯୁବ ଛାତ୍ର ଜନତା ଦଳର ଅନ୍ୟାନ୍ୟ କର୍ମକର୍ତାମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।

Leave A Reply

Your email address will not be published.